ଆସନ୍ତାକାଲି ସରୁଛି ହାଇ ପ୍ରୋଫାଇଲ ଠକ ପ୍ରଜ୍ଞା ପ୍ରକାଶ ନାୟକର ରିମାଣ୍ଡ ଅବଧି, ପରବର୍ତ୍ତୀ ପଦକ୍ଷେପ କ’ଣ ?

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ସରୁଛି ହାଇ ପ୍ରୋଫାଇଲ ଠକ ପ୍ରଜ୍ଞା ପ୍ରକାଶ ନାୟକର ରିମାଣ୍ଡ ଅବଧି । ଅଧିକ ତଥ୍ୟ ହାସଲ ପାଇଁ ପ୍ରଜ୍ଞାକୁ ୬ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ । ଆରବିଆଇ ଗଭର୍ଣ୍ଣରଙ୍କ ଜ୍ୱାଇଁ ଏବଂ ନିଜକୁ ବିଭିନ୍ନ ନାମୀଦାମୀ କମ୍ପାନୀର ମାଲିକ ଦର୍ଶାଇ ୨କୋଟି ୩୫ଲକ୍ଷ ୮୦ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

ଠକ ପ୍ରଜ୍ଞା ପ୍ରକାଶ ନାୟକକୁ ୪ ତାରିଖରେ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଥିଲା । ତେବେ ଏହି ଠକେଇ ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ଦେଶ ବାହାରେ ଲିଙ୍କ୍ ରହିଛି କି ନାହିଁ ସେନେଇ ଖୋଳତାଡ କରୁଛି ପୋଲିସ । ବଡ ବଡ ଲୋକଙ୍କୁ ଟାର୍ଗେଟ କାରୀ ସେମାନଙ୍କ ଟଙ୍କା ନେଇକି ଫେରାର ହେଇଯାଉଥିବା ବେଳେ ପ୍ରଜ୍ଞାକୁ ଧରିଥିଲା ପୋଲିସ ।

Leave A Reply

Your email address will not be published.