ଖୋଲିବ ହାଇ ପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ଗୁମର, ରିମାଣ୍ଡରେ ଆଣିବ ପୋଲିସ
ଭୁବନେଶ୍ୱର : ଖୋଲିବ ବଣ୍ଟି-ବବଲିଙ୍କ ଠକେଇର ଗୁମର । ଦୁଇ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ କମିଶନରେଟ ପୋଲିସ । ଏପଟେ ଆୟକର ପଞ୍ଝାରେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି । ଦୁହିଁଙ୍କ କଳା ସାମ୍ରାଜ୍ୟର ଚିଠା ହାତେଇବା ଲାଗି ଆୟକର ବିଭାଗ ଚଢାଉ କରୁଛି । ଓଡ଼ିଶା, କୋଲକାତା, ଝାଡ଼ଖଣ୍ଡ ଓ ଦିଲ୍ଲୀରେ ଥିବା ଅଫିସ , ଘର ଓ ଫାର୍ମହାଉସର ୧୨ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି । ସେମାନଙ୍କ ଆର୍ଥିକ କାରବାରର ଦସ୍ତାବିଜ, ଆୟକର ସମ୍ପର୍କିତ କାଗଜପତ୍ର ଓ ଡିଜିଟାଲ ଡିଭାଇସ ଜବତ କରାଯାଇଛି । ହଂସିତା ଏତେ ନଗଦ ଟଙ୍କା କେଉଁଠୁ ଆଣିଲେ ? ତାଙ୍କ ଆୟର ଉତ୍ସ ଖୋଜୁଛି ଆୟକର ବିଭାଗ ।
ସପେଟେ ଚର୍ଚ୍ଚାରେ ରହିଛି ଅନୀଲ ମହାନ୍ତିଙ୍କ ପୋର୍ ସ କାର । ଦେଢ଼ କୋଟିରୁ ଅଧିକ ଟଙ୍କାରେ ମୂଲ୍ୟରେ କିଣାଯାଇଥିଲା କାର୍ । ତଦନ୍ତ ଯେତିକି ଆଗଉଛି, ବଣ୍ଟି-ବବଲିଙ୍କ ସଂପର୍କରେ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁ ପରିଚୟ ଦେଇ ଲୋକଙ୍କୁ ଠକେଇ କରିଛନ୍ତି ହଂସିତା ଓ ଅନୀଲ । ଉଭୟଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି । ହଂସିତା ଓ ଅନୀଲଙ୍କ ସବୁ ଆକାଉଣ୍ଟର ତଥ୍ୟ RBIକୁ ମଗାଯାଇଛି । ୪ଟି ଟିମ ଗଠନ କରି ତଦନ୍ତ କରୁଛି କମିଶନରେଟ୍ ପୋଲିସ ।