ବିଦେଶୀ ସେକ୍ସ ର‍୍ୟାକେଟ ଘଟଣା:ଗିରଫ ବାଂଲାଦେଶୀ ଦମ୍ପତି ଆଜି କୋର୍ଟରେ ହେବେ ହାଜର, ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ୱର(କେନ୍ୟୁଜ୍): ବିଦେଶୀ ସେକ୍ସ ର‍୍ୟାକେଟର ଖୋଲିବ ଗୁମର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ବନ୍ଧା ହୋଇଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାର ସ୍ୱାମୀ ଇବ୍ରାହିମ୍‌କୁ ଆଜି କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେହ ବ୍ୟବସାୟ ଚଳାଇଥିଲା ଅଞ୍ଜଳି । ଏସଟିଏଫ୍‌ର ୫ ଜଣିଆ ଟିମ୍ ପିପିଲି ଓ ଭୁବନେଶ୍ୱରରେ ଏକକାଳୀନ ରେଡ କରି ତାକୁ ଧରିଛନ୍ତି । ଅଞ୍ଜଳି ଦିଦି ନିକଟରୁ ଡାଏରୀ, ଏକାଧିକ ମୋବାଇଲ୍ ଫୋନ୍ ଓ ସିମ୍ କାର୍ଡ ଜବତ ହୋଇଛି । ଚଢ଼ାଉ ବେଳେ ଉଦ୍ଧାର ହୋଇଛନ୍ତି ୫ ଯୁବତୀ । ଅଞ୍ଜଳି ସେକ୍ସ ର‍୍ୟାକେଟର ମୁଖ୍ୟ ଥିବା ବେଳେ ତାକୁ ସହଯୋଗ କରୁଥିଲା ଇବ୍ରାହିମ୍ । ସବୁଠୁ ବଡ଼ କଥା ହେଲା ଜାଲ୍ ପାସପୋର୍ଟରେ ସେମାନେ ଆସିଥିଲେ ଭାରତ । କୋଲକାତାରେ ନକଲି ଆଧାରକାର୍ଡ ପ୍ରସ୍ତୁତ କରିଥିଲେ । ମେଦିନିପୁରରେ କରିଥିଲେ ଆଧାରକାର୍ଡ । ଅନଲାଇନରେ ଯୋଗାଯୋଗ ହେଉଥିଲା । ପୂର୍ବ ନିର୍ଦ୍ଧାରିତ ହୋଟେଲକୁ ଯୁବତୀମାନଙ୍କୁ ପଠାଉଥିଲା ଅଞ୍ଜଳି । ତେବେ ଓଡ଼ିଶାରୁ ତଡ଼ିପାର ସେକ୍ସ ର‍୍ୟାକେଟ୍ ମାଷ୍ଟର ସୁନୀଲ ମେହେର ସହ ଏମାନଙ୍କର ଲିଙ୍କ ଥିବା ସନ୍ଦେହ କରୁଛି ଏସଟିଏଫ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.