ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଟଙ୍କା, ଆବଦେନକାରୀଙ୍କୁ ଦେବାକୁ ପଡିବ ତଥ୍ୟ

ଭୁଵନେଶ୍ବର : ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା ।  ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଲେଖାଯାଇଛି । ନୂଆ ଜମି କ୍ରୟ କ୍ଷେତ୍ରରେ ଜମିର ମୂଲ୍ୟ ଓ ବିକ୍ରେତା ସହ ଏଗ୍ରିମେଣ୍ଟ ଦାଖଲ କରିବାକୁ ପଡ଼ିବ । ସେହିପରି ଘର ନିର୍ମାଣ କ୍ଷେତ୍ରରେ ଘରବାରି ଜମିର ମାଲିକାନା ସ୍ବତ୍ବ, ପ୍ଲାନ ଆପ୍ରୁଭାଲ ଓ ଏକଜିକ୍ୟୁଟିଭ ଇଂଜିନିୟରି, ବିଡିଏ କିମ୍ବା ହାଉସିଂ ବୋର୍ଡ ବିସ୍ତୃତ ଅଟକଳ ଦାଖଲ କରିବାକୁ ପଡ଼ିବ ।

ଏସବୁ ପାଇଁ ଆବଦେନକାରୀଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି । ଜମି କିଣିବା ପାଇଁ କରିଥିବା ଆବେଦନକୁ ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଆଗ୍ରିମେଣ୍ଟକୁ ମଧ୍ୟ ଶିକ୍ଷକଙ୍କୁ ଦାଖଲ କରିବା ପାଇଁ କୁହାଯାଇଛି । ତେବେ ଏହା କେଳ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଲାଗୁ ନେଇ ଚିଠିରେ ଉଲ୍ଲେଖ ରହିଥିବା ବେଳେ ଏମଇ ସ୍କୁଲ ଶିକ୍ଷକଙ୍କ ପାଇଁ କୌଣସି ଘୋଷଣା ହୋଇନାହିଁ ।

You might also like