ରାଜ୍ୟ

ଜେଲର ଚାରିକାନ୍ଥ ଭିତରେ ୩ଦିନ ବିତାଇଲାଣି ଗୋପାଳ ଦାସ: ତିନିଟି ସିଫ୍‌ଟରେ ୮ଜଣ ଲେଖାଏଁ ଜେଲ କର୍ମଚାରୀ ଜଗୁଛନ୍ତି

କେନ୍ୟୁଜ୍(ବ୍ୟୁରୋ): ଚୌଦ୍ୱାର ସର୍କଲ ଜେଲର ସେଲ ନଂ ୩ । କଡ଼ା ସୁରକ୍ଷା ବଳୟରେ ଗୋପାଳ ଦାସ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ବିତାଇଲାଣି ୩ଦିନ। ତା ଉପରେ ରହିଛି ୨୪ ଘଣ୍ଟିଆ କଡ଼ା ନଜର। ଗୋପାଳର କାର୍ଯ୍ୟକଳାପ, ଆଚରଣ ଆଦି ଉପରେ ନଜର ରଖିଛି ସିସିଟିଭି କ୍ୟାମେରା। ଜେଲ୍‌ରେ କେତେବେଳେ ଗୋପାଳ ଗୁମସୁମ ତ ଆଉ କେତେବେଳେ ସ୍ୱାଭାବିକ । କେତେବେଳେ ଗୀତ ଗୁଣୁଗୁଣାଉଛି ତ ପୁଣି କେତେବେଳେ ହସୁଥିବା ଦେଖାଯାଇଛି। । ସକାଳ ୬ଟାରୁ ଉଠିବା ପରେ ନିତ୍ୟକର୍ମ ପାଇଁ ସେଲ ବାହାରକୁ ଆସୁଛି। ପରେ ଜେଲ ମାନୁଆଲ ଅନୁଯାୟୀ ତାକୁ ଜଳଖିଆ ଦିଆଯାଉଛି। ସକାଳ ଜଳଖିଆ ପରେ ଖବରକାଗଜ ପଢୁଛି। ପଢିବା ପାଇଁ ୨ଟି ଖବରକାଗଜ ଓ ପତ୍ରିକା ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମାଗିଥିବା ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସମୟ ଅନୁସାରେ ଖାଉଥିବା ଜଣାପଡ଼ିଛି। ଅନ୍ୟ ବିଚାରାଧୀନ କଏଦୀଙ୍କ ପରେ ତଳେ ଚଟାଣରେ ଶୋଉଛି। ଜେଲ ପକ୍ଷରୁ ତାକୁ କମ୍ବଳ ଯୋଗାଇ ଦିଆଯାଇଛି।

ଗୋପାଳକୁ ଦେଖିବାକୁ ଓ ତା ସହ କଥା ହେବାକୁ ଜେଲର ଅନ୍ୟ କଏଦୀଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ତା ପାଖକୁ କାହାକୁ ଛଡ଼ାଯାଉନାହିଁ। ସମୟ ବିତାଇବାକୁ ଅନ୍ୟ କଏଦୀମାନଙ୍କ ସହିତ ମିଶିବାକୁ ହାତ ଠାରି ଚେଷ୍ଟା କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ତାକୁ ଅନୁମତି ଦିଆଯାଉ ନାହିଁ।ନିୟମିତ ଭାବେ ଜଣେ ମେଡିସିନ ସ୍ପେଶାଲିଷ୍ଟ, ଜଣେ ସାଇକିଆଟ୍ରିଷ୍ଟ ଓ ଜଣେ ସର୍ଜନ ନିୟମିତ ଭାବେ ଗୋପାଳର ମାନସିକ ସ୍ଥିତି ଏବଂ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତାର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡ଼ିଛି। ଗୋପାଳ ସୁରକ୍ଷାରେ ତିନିଟି ସିଫ୍‌ଟରେ ୮ଜଣ ଲେଖାଏଁ ଜେଲ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତି ସିଫ୍‌ଟରେ ଗୋପାଳର ଆଚରଣ ନେଇ ଜେଲ ଅଧୀକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଜେଲ ଅଧିକ୍ଷକ ନିୟମିତ ବ୍ୟବଧାନରେ ଜେଲ ଡିଜିଙ୍କୁ ସୁରକ୍ଷା ଓ ଗୋପାଳର ଗତିବିଧି ନେଇ ରିପୋର୍ଟ ପ୍ରଦାନ କରିବେ।

ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ତିନିଟି ପର୍ଯ୍ୟାୟରେ ୧୩ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ ଜେରା କରି ବହୁ ତଥ୍ୟ ପ୍ରମାଣ ହାସଲ କରିଛି ତଦନ୍ତକାରୀ ଦଳ। ଗୁଜରାଟ ଗାନ୍ଧିନଗର ଡିଏଫଏସଏସରେ ତାର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପରେ ତାକୁ ଝାରସୁଗୁଡ଼ା ଅଣାଯାଇଥିଲା। ଦୁଇ-ତିନି ଦିନ ମଧ୍ୟରେ ବନ୍ଦ ଲଫାପାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ ହେବ ରିପୋର୍ଟ। ସୁରକ୍ଷା ଦୃଷ୍ଟିରୁ ତାକୁ ଫେବୃଆରୀ ୧୪ତାରିଖରେ ଝାରସୁଗୁ଼ଡା ଜେଲରୁ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ତାର ମାମଲା ବିଚାରାଧୀନ ଥିବାରୁ ଶୁଣାଣୀ ବେଳେ ଚୌଦ୍ୱାର ଜେଲ୍‌ରୁ ଗୋପାଳକୁ ଭିସି ମାଧ୍ୟମରେ ହାଜର କରାଯିବ।…

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

25 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

56 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

59 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago