କାଲି ୭୫ତମ ସ୍ୱାଧୀନତା ଦିବସ : ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ୟୁଜ୍(ବ୍ୟୁରୋ): କାଲି ୭୫ତମ ସ୍ୱାଧୀନତା ଦିବସ ପାଳିତ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟସ୍ତରୀୟ ପରେଡରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିସନରେଟ ପୋଲିସ ପକ୍ଷରୁ ପୁରା ରାଜଧାନୀକୁ ଏବେ ସ୍କାନରରେ ରଖାଯାଇଛି। ସିସିଟିଭି ମାଧ୍ୟମରେ ତନ୍ନତନ୍ନ ସୁରକ୍ଷାର ନିରୀକ୍ଷଣ କରାଯାଉଛି।

ଭୁବନେଶ୍ୱରରେ ବ୍ୟାପକ ଫୋର୍ସ ମୁତୟନ ନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ। ସ୍ୱାଧୀନତା ଦିବସ ପଇଁ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ। ୫ଜଣ ଆଡିସିନାଲ ଡିସିପି, ୨୦ଜଣ ଆଇଆଇସି ଓ ୮ଜଣ ଏସପି ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଛନ୍ତି। ଭୁବନେଶ୍ୱରକୁ ଆସୁଥିବା ସମସ୍ତ ପ୍ରବାସୀଙ୍କ ଉପରେ କଡ଼ା ନଜର ରହିଛି। ହୋଟେଲଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି। ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଆଯିବା ସହ ଯେପରି କିଛି ସମସ୍ୟା ନଉପୁଜେ, ସେଥିପାଇଁ ପୋଲିସ ସଜାଗ ରହିଛି।

Leave A Reply

Your email address will not be published.