ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା, ଦୁଇଘଣ୍ଟାର କସରତ ପରେ ଉଦ୍ଧାର କଳା ପୋଲିସ

ଟିଟିଲାଗଡ : ଟାୱାର ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । ଦୁଇଘଣ୍ଟାର କସରତ ପରେ ସୁରକ୍ଷିତ ଉଦ୍ଧାର କଳା ପୋଲିସ ଓ ଅଗ୍ନିଶମ ବାହିନୀ । ବଲାଙ୍ଗିର ଜିଲ୍ଲା ବେଲପଡା ମେହେରପଡା ସ୍ଥିତ ମୋବାଇଲ ଟାୱାରରେ ଯୁବକ ଚଢ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଟାୱାରକୁ ଚଢିଥିବା କୁନ୍ଦା ବାଗ ମୁକବଧିର ହୋଇଥିବାରୁ କାହାକଥା ଶୁଣୁନଥିଲେ କିମ୍ବା କିଛି କହିପାରୁନଥିଲେ । ବେଲପଡା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ତେବେ ଯୁବକ ଜଣକ କାହିଁକି ମୋବାଇଲ ଟାୱାର ଉପରକୁ ଚଢ଼ିଥିଲେ ତାର କାରଣ ଜଣା ପଡ଼ିନାହିଁ । ଟାୱାରରୁ କୁନ୍ଦାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାରୁ ପୋଲିସ ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟ ବାସିନ୍ଦା ସାଧୁବାଦ ଜଣାଇଛନ୍ତି ।