ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ୩ ଦିନ ଯାଏଁ ହେବ କୋର୍ଟ ବନ୍ଦ

ଭୁବନେଶ୍ବର (କେନ୍ୟୁଜ୍) : ମୟୂରଭଞ୍ଜ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜିଠୁ କୋର୍ଟ କାର‌୍ୟ୍ୟକୁ ଅଚଳ କରି ଦିଆଯାଇଛି। ଆଜିଠୁ ୩ ଦିନ ପର‌୍ୟ୍ୟନ୍ତ କୋର୍ଟ ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ଓକିଲ ସଂଘ। ମୟୂରଭଞ୍ଜ ମିଶ୍ରଣ ଚୁକ୍ତିରେ ପ୍ରଥମେ ମୟୂରଭଞ୍ଜଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ ଉଲ୍ଲେଖ ଥିବା ବେଳେ ରାଜ୍ୟ ସରକାର କାହିଁକି ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛି ଜିଲ୍ଲା ଓକିଲ ସଂଘ।

high court closed

ଆସନ୍ତାକାଲିଠାରୁ ଓକିଲ ସଂଘ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆସନ୍ତା ସପ୍ତାହରେ ସମସ୍ତ ରାଜନୈତିକ ଦଳକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଜିଲ୍ଲା ଓକିଲ ସଂଘ ଚେତାବନୀ ଦେଇଛି।