ଆପାର୍ଟମେଣ୍ଟରେ ବ୍ୟକ୍ତିଙ୍କ ହାଇଡ୍ରାମା

ଆପାର୍ଟମେଣ୍ଟ ପରିସରରେ ଏମିତି ହୋ ହାଲ୍ଲା ଶୁଣି କିଏ ତଳକୁ ଗଲା କଣ ହେଇଛି ବୋଲି ଜାଣିବାକୁ ତ ଆଉ କିଏ ନିଜ ରୁମର ଝରକା ଖୋଲି ଦେଖୁଥିଲେ କଣ ହେଇଛି ବୋଲି ।

ଭୁବନେଶ୍ୱର (କେନ୍ୟୁଜ) : ଆପାର୍ଟମେଣ୍ଟରେ ହାଇଡ୍ରାମା । ବେଶ୍‌ କିଛି ସମୟ ଚାଲିଲା ଏହି ନାଟକବାଜୀ । ଲୋକମାନେ ବୁଝି ପାରୁନଥିଲେ ଯେ କଣ ଚାଲିଛି । ରାତିରେ ପୁଣି ସ୍ତ୍ରୀ ଛୁଆଙ୍କୁ ଧରି ଏମିତି ଚିଲାଉଥିଲେ ଯେ ଲୋକମାନେ ଘରୁ ବାହାରିଆସିଥିଲେ ପଦାକୁ । ପୁଣି ଅଶ୍ଳୀଳ ଭାଷାରେ ଜୋର ଜୋରରେ ଚିଲାଉଥିଲେ । ଆପାର୍ଟମେଣ୍ଟ ପରିସରରେ ଏମିତି ହୋ ହାଲ୍ଲା ଶୁଣି କିଏ ତଳକୁ ଗଲା କଣ ହେଇଛି ବୋଲି ଜାଣିବାକୁ ତ ଆଉ କିଏ ନିଜ ରୁମର ଝରକା ଖୋଲି ଦେଖୁଥିଲେ କଣ ହେଇଛି ବୋଲି ।

ଏ ଦୃଶ୍ୟ ଯେଉଁ ଆପଣ ଦେଖୁଛି ତାହା ହେଉଛି ମଞ୍ଚେଶ୍ୱର ଥାନା କଳା ରହଙ୍ଗ ସତ୍ୟବାଦୀ ଆପାର୍ଟମେଣ୍ଟର । ଯେଉଁଠି ପାରିବାରିକ ବିବାଦ ଦାଣ୍ଡରେ ପଡିଛି । ବ୍ୟକ୍ତି ଜଣଙ୍କ ଏମିତି ଭାବେ ଡ୍ରାମା କରୁଥିଲେ ଯେ ଯିଏ ପ୍ରଶ୍ନ କରୁଥିଲା ତାକୁ କରୁଥିଲେ ମରଣାନ୍ତକ ଆକ୍ରମଣ । ଏମିତିକି ଆପାର୍ଟମେଣ୍ଟ ସଦସ୍ୟ ପ୍ରଶ୍ନ କଲାରୁ ତାଙ୍କୁ ବି କରାଗଲା ମରଣାନ୍ତକ ଆକ୍ରମଣ । ଗତକାଲି ରବିବାର ରାତିରେ ସେହି ଆପାର୍ଟମେଣ୍ଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟ ଖୁଲମଖୁଲା ନିଜ ପରିବାର ସହ ଝଗଡା କରୁଥିବା ବେଳେ ଆପାର୍ଟମେଣ୍ଟ ବାସୀ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଆପାର୍ଟମେଣ୍ଟ ବାସୀଙ୍କୁ ଅତି ନିର୍ଦୟୀ ଭାବେ ମାଡ ମାରିଥିଲେ ଉକ୍ତ ପରିବାର ।

ମାଡ଼ ମାରିବା ସହ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ପରେ ଏନେଇ ଆପାର୍ଟମେଣ୍ଟ ବାସୀ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଆପାର୍ଟମେଣ୍ଟରେ ହୋଇଥିବା ଏଭଳି ଘଟଣା ନିଜକୁ ଅସୁରକ୍ଷିତ ମଣୁଛନ୍ତି ଆପାର୍ଟମେଣ୍ଟ ବାସୀ । ଆଜ୍ଞା ଯଦି ଆପଣ ରାଜଧାନୀରେ ରହୁଛନ୍ତି ତାହେଲେ ନିଜକୁ ଯଥାସମ୍ଭବ ସତର୍କରେ ରଖନ୍ତୁ ।କାହିଁକିନା ଆଦୌ ବି ସୁରକ୍ଷିତ ନାହିଁ ରାଜଧାନୀ ।