ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ, ପାଠପଢା ଓ ପରୀକ୍ଷା ସକାଳୁଆ ନିର୍ଦ୍ଦେଶ

ଭୁବନେଶ୍ୱର : ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ, ସମସ୍ତ ଡିଗ୍ରୀ କଲେଜକୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ପାଠପଢା ଓ ପରୀକ୍ଷା ଆଦିକୁ ସକାଳୁଆ କରିବାକୁ କୁହାଯାଇଛି । ଗ୍ରୀଷ୍ମପ୍ରବାହରୁ ବର୍ତ୍ତିବା ପାଇଁ ଅପରାହ୍ଣରେ ଆଉଟଡୋର ଆକ୍ଟିଭିଟିକୁ ବାରଣ କରାଯାଇଛି ।
ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ପିଇବା ପାଇଁ ସହ ଓଆରଏସ ମହଜୁଦ ରଖାଯିବ । ଶିକ୍ଷାନୁଷ୍ଠାନ ପରିସରରେ ଥିବା ଟ୍ୟୁବୱେଲ ଓ ପାଣିପମ୍ପକୁ କାର୍ଯ୍ୟକ୍ଷମ କିମ୍ବା ଆବଶ୍ୟକ ସ୍ଥଳେ ମରାମତି କରାଯିବ । କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ ରହିଥିବା ସୁନିଶ୍ଚିତ କରାଯିବ । ଶିକ୍ଷାନୁଷ୍ଠାନ ମୁଖ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ସଚେତନତା କରାଇବେ । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀର ପାଳନ ନେଇ ଏକ ସ୍କ୍ବାର୍ଡ ଗଠନ କରାଯିବ ଓ ନିରୀକ୍ଷଣ କରାଯିବ ।