ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କୋରାପୁଟ ଜିଲ୍ଲାରୁ ସର୍ବାଧିକ: ଡିଜି ଅଭୟ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ। ଗତ ୧୦ ବର୍ଷରେ ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୫ ବର୍ଷ ଭିତରେ ବାର୍ଷିକ ୪୧୪କ୍ୱିଣ୍ଟାଲ ଗଞ୍ଜେଇ ଓ ଚଳିତ ସେପ୍ଟେମ୍ବର ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ରାଜ୍ୟରେ ଗଞ୍ଜେଇ ଓ ଡ୍ରଗ୍ସ ଚାଲାଣ ରୋକିବାକୁ ଅଭିଯାନ ଜାରି ରହିଥିବା ଡିଜି କହିଛନ୍ତି। ୫ ପଡୋଶୀ ରାଜ୍ୟ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ଚଳିତବର୍ଷ କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ ହୋଇଥିବାବେଳେ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଉଦ୍ୟମ ହେଉଛି।

Leave A Reply

Your email address will not be published.