ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର
ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି । ପୁଣି ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।
ସାଇବର ଲୁଟେରାଙ୍କ ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା । ହାଇ ପ୍ରୋଫାଇଲ୍ ବିଦେଶୀ କମ୍ପାନୀରେ ଅଧିକାରୀ ଥିବା ସ୍ମିତା ଚୌଧୁରୀଙ୍କୁ ଅଦୃଶ୍ୟ ଠକ ୩ଲକ୍ଷ ୩୯ହଜାର ଟଙ୍କା ଠକି ନେଇଛନ୍ତି । ଏନେଇ ସାଇବର ଥାନାରେ ଏତଲା ପରେ ଆରମ୍ଭ ହୋଇଛି ତଦନ୍ତ ।
ସ୍ମିତା ଚୌଧୁରୀ ଯିଏକି ଜଣେ ହାଇ ପ୍ରୋଫାଇଲ୍ କର୍ପୋରେଟ ଅଧିକାରୀ । ନିକଟର ଚାକିରିରୁ ସେ ଅବସର ନେଇଛନ୍ତି । ହେଲେ ସେ ଫସିଗଲେ ସାଇବର ଅପରାଧୀଙ୍କ କବଳରେ । ଧିରେ ଧିରେ ଟ୍ରାପ୍ ର ଶିକାର ହେଲେ । ହ୍ୱାଟ୍ସଆପ୍ , ଟେଲିଗ୍ରାମରେ ଫସି ଯାଇ ହରାଇଲେ ୩ ଲକ୍ଷ ୩୯ହଜାର ।
ଏତେ ବଡ ଧରଣର ଠକେଇର ଶୀକାର ହେବା ଜାଣିବା ପରେ ଏନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ସ୍ମିତା । ଏପଟେ ଡିସିପି ପ୍ରତୀକ ସିଂହ କହିଛନ୍ତି, ସାଇବର୍ ଠକ ଦିନ ଦିନ ଠକିବାର ତାରିକା ବଦଳାଉଛନ୍ତି । ଏଦିଗରେ ସଭିଏଁ ସଚେତନ ହୁଅନ୍ତୁ।
ସତ କହିବାକୁ ଗଲେ, ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାଇବର ଅପରାଧ । ବାରମ୍ବାର ସଚେତନତା ସତ୍ତ୍ୱେ ଲୋକେ ବାରମ୍ବାର ଶୀକାର ଏହି ସାଇବର ଠକଙ୍କ ଷଡଯନ୍ତ୍ରର ଶିକାର ହେଉଛନ୍ତି । ତେଣୁ ଏଥିପ୍ରତି ନିଜ ନିଜେ ସତର୍କ ହେବା ନିହାତୀ ଜରୁରୀ ।