ରାଜ୍ୟ

ଇଲିସି କିଲୋ ଅଢେଇ ହଜାରରୁ ଅଧିକ ! ଖାଇବା ତ ଦୂରର କଥା ଦେଖିବା ସାତସପନ

ପାରାଦୀପ(କେନ୍ୟୁଜ): କଥାରେ ଅଛି ଚାକିରି କରିବ ପୋଲିସ,ମାଛ ଖାଇବ ଇଲିସି । ମାତ୍ର ଏବେ ଇଲିସି ସମସ୍ତଙ୍କ ପାଇଁ ପାଲଟିଯାଇଛି ସାତ ସପନ । ଯେଉଁଠି ଇଲିସି ପାଇଁ ଗହଳି ଚହଳି ଲାଗୁଥିଲା, ସେ ସ୍ଥାନ ଏବେ ଖାଁ ଖାଁ। ଆମେ କହୁଛୁ ପାରାଦୀପର ଅଠରବାଙ୍କି ବାଲିପ୍ଲଟ କଥା । ଇଲିସି କେବଳ ପାରାଦୀପ ନୁହେଁ ଦେଶ ବିଦେଶରେ ମଧ୍ୟ ଅନେକ ଚାହିଦା ରହିଥିବା ବେଳେ ଆଜି ଏହାର ଦର ଆକାଶଛୁଆଁ ହୋଇଛି। ସାଧାରଣ ଲୋକ ଖାଇବା ତ ଦୂରର କଥା ଦେଖିବା ସାତସପନ ପାଲଟିଛି।

ପାରାଦୀପରେ ଦେଖାଦେଉଥିବା ଇଲିସିର ତରକାରି ଭାରି ସୁଆଦିଆ । ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ ପାରାଦୀପର ଇଲିସି । ମାତ୍ର ଏହି ଇଲିସି ମାଛକୁ ଆଜି ପାରାଦୀପ ମାଛ ବଜାରରେ ଦେଖିବା ସ୍ଵପ୍ନ ହୋଇଯାଇଛି । ସମୁଦ୍ରର ମାଛ ମଧ୍ୟରେ ସବୁଠୁ ଚାହିଦା ଓ ସ୍ଵାଦିଷ୍ଟ ମାଛ ଭାବରେ ଇଲିସି ମାଛ ଗ୍ରାହକଙ୍କର ପ୍ରଥମ ପସନ୍ଦ ପାଲଟିଥାଏ । କିନ୍ତୁ ଏହାର ଆକାଶଛୁଆଁ ଦର ଦେଖିଲେ ସାଧାରଣ ଲୋକଙ୍କ ପକ୍ଷରେ କିଣିବା ଏକପ୍ରକାର ଅସମ୍ଭବ ପାଲଟିଛି । ପୂର୍ବରୁ ପାରାଦୀପରେ ଇଲିସି ଯୋଡା ଦୁଇଶହ ରୁ ପାଂଚଶହ ମଧ୍ୟରେ ମିଳୁଥିବା ବେଳେ କିଛିବର୍ଷ ହେବ ଇଲିସିର କିଲୋପ୍ରତି ଦୁଇ ହଜାର ରୁ ଅଧିକ ରହୁଥିବା ଦେଖିବାକୁ ମିଳିଛି । ଯାହା ସାଧାରଣ ଲୋକଙ୍କ ପକ୍ଷରେ କିଣିବା ସ୍ଵପ୍ନ । ଇଲିସି କେବଳ ବଡ ବଡିଆ ଲୋକଙ୍କ ପକ୍ଷରେ କିଣିବା ସମ୍ଭବ ହୋଇଥିବାବେଳେ ବର୍ତମାନ ପରିସ୍ଥିତିରେ ଇଲିସି ମାଛ ଉପହାର ସଦୃଶ ବୋଲି କିଛି ବ୍ୟବସାୟୀ କହିଛନ୍ତି ।

ପାରାଦୀପ ଉପକୂଳରୁ ଇଲିସି ସହିତ ବିଭିନ୍ନ ପ୍ରଜାତିର ମାଛବଂଶ ଲୋପ ପାଇଯିବାକୁ ବସିଛି । ଯାହାର ମୁଖ୍ୟ କାରଣ ପାଲଟିଛି ଶିଳ୍ପସଂସ୍ଥାର ବର୍ଜ୍ୟଜଳ । ବିଶେଷକରି ପାରାଦୀପ ତୈଳବିଶୋଧନାଗାର ନିର୍ମାଣ ଦିନଠାରୁ ପାରାଦୀପ ଉପକୂଳରୁ ବିଭିନ୍ନ ପ୍ରଜାତିର ମାଛ ପ୍ରାୟତଃ ଅଦୃଶ୍ୟ ହୋଇଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ମତ୍ସ୍ୟ ବ୍ୟବସାୟୀ । ଏହାର ମୁଖ୍ୟ କାରଣ ପାଲଟିଛି କଳକାରଖାନା ରୁ ନିର୍ଗତ ହେଉଥିବା ବିଷାକ୍ତ ବର୍ଜ୍ୟଜଳ କୁ ବିଶୋଧିତ ନ କରି ସମୁଦ୍ରକୁ ସିଧାସଳଖ ଛାଡିବା ଦ୍ଵାରା ସମୁଦ୍ର ପାଣି ବିଶାକ୍ତ ହୋଇଯାଉଛି।

ଫଳରେ ସମୁଦ୍ର କୂଳକୁ ମାଛ ଆଉ ଆସୁନାହାନ୍ତି। ଯାହାକୁ ନେଇ ପାରାଦୀପର ମତ୍ସ୍ୟଶିଳ୍ପ ଉପରେ ନିର୍ଭର କରୁଥିବା ଲକ୍ଷଲକ୍ଷ ପରିବାର ର ବେଉସା ଉଜୁଡିବାକୁ ବସିଛି। ବିଗତ ବର୍ଷରେ ଅଗଷ୍ଟ ସେପ୍ଟେମ୍ୱର ମାସରେ ପାରାଦୀପ ଉପକୂଳ ରେ ଏତେ ପରିମାଣର ଇଲିସି ହୋଇଥାଲା ଯେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ନିଜ ନିଜର ଜାଲ କଟିବାକୁ ପଛେଇନଥିଲେ। ଏପରିକି ଇଲିସି ମାଛ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ଅଗଷ୍ଟ ମାସ ସରିବାକୁ ବସିଲାଣି ଏବେ ଇଲିସି ପାରାଦୀପରୁ ଉଭାନ ହୋଇଯାଇଛି।

ପାରାଦୀପ ଉପକୂଳ ରେ ବିଭିନ୍ନ ପ୍ରଜାତିର ମାଛ ସହ ମାଛ ଭିତରେ ରାଜା କୁହାଯାଉଥିବା ଇଲିସି ମାଛ ଆଜି ଅଦୃଶ୍ୟ ହୋଇଯାଇଛି । ଏଠାରେ ଥିବା ଶିଳ୍ପସଂସ୍ଥା ମାନେ ବିଷାକ୍ତ ବର୍ଜ୍ୟବସ୍ତୁକୁ ସମୁଦ୍ରରେ ଛାଡିବା କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯଥାଶୀଘ୍ର ପ୍ରଦୂଷଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ପାରାଦୀପ ଉପକୂଳରୁ ମାଛବଂଶ ସମ୍ପୂର୍ଣ୍ଣ ଲୋପ ପାଇବା ଭଳି ପରିସ୍ଥିତି ସୃଷ୍ଟି ହେବ ଏଥିରେ ଦ୍ଵନ୍ଦ ନାହିଁ ।

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

22 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

24 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago