ଜାଗର ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ହିମାଂଶୁ ଖଟୁଆ ସମ୍ବର୍ଦ୍ଧିତ

ଚାନ୍ଦବାଲି : ଦୀର୍ଘ ନଅ ବର୍ଷ ହେଲା କଳିଙ୍ଗ ଟିଭି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠର ବିଭିନ୍ନ ପର୍ବ ପର୍ବାଣିର ସିଧା ପ୍ରସାରଣ କରି ଆଖଣ୍ଡଳମଣିଙ୍କ ମହିମା ପ୍ରଚାର କରୁଛି । ବିଶେଷ କରି ବାବାମଣିଙ୍କର ପ୍ରସିଦ୍ଧ ପର୍ବମହାଶିବରାତ୍ରିର ସିଧା ପ୍ରସାରଣ କରି ଆସୁଛି । ରାଜ୍ୟ ଓ ରାଜ୍ୟ ବାହାରେ ଭକ୍ତ ମାନେ ଯେଉଁମାନେ ଆରଡ଼ି ଆସିପାରୁନାହାନ୍ତି ସେମାନେ ଘରେ ରହି କଳିଙ୍ଗ ଟିଭି ମାଧ୍ୟମରେ ବାବାମଣିଙ୍କ ଜାଗର ଯାତ୍ରା ଦେଖିପାରୁଛନ୍ତି ।
ଏଭଳି କାର୍ଯ୍ୟ ପାଇଁ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳକ ହିମାଂଶୁ ଶେଖର ଖଟୁଆଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ଭାରଦିତ କରାଯାଇଛି । ମହା ଶିବରାତ୍ରି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ଦିଲୀପ ରାଉତରାୟ ଶ୍ରୀଯୁକ୍ତ ଖଟୁଆଙ୍କୁ ଉପଢୌକନ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ, ଅତିରିକ୍ତ ଏସପି, ଚାନ୍ଦବାଲି ତହସିଲଦାର, ଡ଼ି ଆଇ ପି ଆର ଓ, ସେବାୟତ ଆଶିଷ ପାଢ଼ୀ, ରାଧାକାନ୍ତ ପାଢ଼ୀ ଉପସ୍ଥିତ ଥିଲେ। କଳିଙ୍ଗ ଟିଭି ସବୁବେଳେ ସକାରାତ୍ମକ ବାର୍ତା ପ୍ରଦାନ କରିଆସୁଛି। ରାଜ୍ୟର କଳା , ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଗୁରୁତ୍ୱ ଦେଇଆସୁଛି ବୋଲି କଳିଙ୍ଗ ଟିଭି ମୁଖ୍ୟ ପରିଚାଳକ ଅଭିଭାଷଣରେ ପ୍ରକାଶ କେଇଥିଲେ ।
Also read: ବାବା ଆଖଣ୍ଡଳମଣୀଙ୍କ ପୀଠ ପାଇଁ ୧୦ କୋଟି, ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା