ହିନ୍ଦୋଳ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ମୋଟଙ୍ଗା ଥାନା ବଦାଳୁ ଗାଁର ଶିବ ସାହୁ। ତାର ବୟସ ୩୨ ବର୍ଷ। ଅଭିଯୁକ୍ତ ଶିବ ସାହୁ ମାମୁଁ ଘରକୁ ଆସିଥିବାବେଳେ ନିଶାସକ୍ତ ଅବସ୍ଥାରେ ଦୁଷ୍କର୍ମ କରିଥିବା ପୋଲିସ ସୂଚନା ଦେଇଛି। ଗାଁଠାରୁ କିଛି ଦୂରରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ପରେ ପୀଡ଼ିତାଙ୍କ ଉପରେ ବରଡ଼ାପତ୍ର ଘୋଡ଼ାଇ ଫେରାର ହୋଇଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଝିଅକୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାରେ ହିନ୍ଦୋଳ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲା ।