ଜଙ୍ଗଲ ଜନନୀ ହୀରାଦେଈ ମାଝୀ, କାନ୍ଧରେ କୁରାଢ଼ୀ ଧରି କରୁଛନ୍ତି ଜଙ୍ଗଲ ସୁରକ୍ଷା

ନୂଆପଡା : ହୀରାଦେଇ ମାଝୀ। ଜଙ୍ଗଲର ଜନନୀ । ନୂଆପଡା ସିନାପାଲି ବ୍ଲକ କାପସୀ ଗାଁରେ ରହିଛି ଦେବତା ଡୁଙ୍ଗୁରୀ ଜଙ୍ଗଲ । ଏକ ଛୋଟିଆ କୁଡିଆ ଘର କରି ଜଙ୍ଗଲର ସୁରକ୍ଷା କରୁଛନ୍ତି ହୀରାଦେଈ । କାନ୍ଧରେ କୁରାଢ଼ୀ ଧରି ଦିନରାତି ଜଙ୍ଗଲରେ ବୁଲୁଛନ୍ତି । ହୀରାଦେଇ ଜଙ୍ଗଲରେ ରହୁଥିବାରୁ କାଠ ମାଫିଆମାନେ ଜଙ୍ଗଲ ଭିତରକୁ ଯିବାକୁ ଭୟ କରନ୍ତି ।

ହୀରାଦେଇଙ୍କ ସ୍ୱାମୀ ପୂର୍ବରୁ ଜଙ୍ଗଲର ସୁରକ୍ଷା କରୁଥିଲେ । ତାଙ୍କ ଅନ୍ତେ ଏବେ ହୀରାଦେଇ ସେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ତାଙ୍କ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ବିଜୁ ପକ୍କା ଘର ମିଳିଛି ସତ, ହେଲେ ଏ ପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଟଙ୍କା ମିଳିନାହିଁ । ସେପଟେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ ବୋଲି ସିନାପାଲି ରେଞ୍ଜର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.