ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍ , ରାୟଗଡ଼ା ସିଙ୍ଗାପୁର ରୋଡ୍ ଷ୍ଟେସନର ୪ ନମ୍ବର ଟ୍ରାକ୍ରେ ଫାଟ

ରାୟଗଡ଼ା(କେନ୍ୟୁଜ୍) : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍ । ରାୟଗଡ଼ା ସିଙ୍ଗାପୁର ରୋଡ୍ ଷ୍ଟେସନର ୪ ନମ୍ବର ରେଲ ଲାଇନ୍ରେ ଫାଟ ସୃଷ୍ଟି ହୋଇଛି । ରେଳ ଧାରଣାକୁ ସଂଯୋଗ କରୁଥିବା ଗ୍ରୀଡରେ ଫାଟ ଯୋଗୁ ହୀରାଖଣ୍ଡ ଏକ୍ସପ୍ରେସ୍ ଦୀର୍ଘ ଏକ ଘଣ୍ଟା ଧରି ଅଟକି ରହିଥିଲା । ପରେ ଟ୍ରାକ୍ ମରାମତି ପରେ ଘଣ୍ଟାଏ ବିଳମ୍ବରେ ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର ଅଭିମୁଖେ ଯାତ୍ରା କରିଛି । ଏହା ଦ୍ୱାରା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ପ୍ରବଳ ଥଣ୍ଡା ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।