ଆଜି ୧୨ ଘଣ୍ଟିଆ ହୀରାକୁଦ ବନ୍ଦ !

ସମ୍ବଲପୁର : ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ହୀରାକୁଦ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ଗତକାଲି ମହାନଗର ନିଗମର ଆବର୍ଜନା ବୁହା ହାଇୱା ଗାଡି ଧକ୍କାରେ ଅରୁଣ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ଓ ବିଜେପି କର୍ମୀ ରାସ୍ତା ଉପରେ ମୃତଦେହ ରଖି ଧାରଣାରେ ବସିଥିଲେ।

ଏହାପରେ ପୁଣି ଥରେ ରାତି ୧୧ଟାରେ ହିଣ୍ଡାଲକୋ କମ୍ପାନୀର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସହରରେ ଉତ୍ତେଜନା ଦେଖାଦେବା ସହ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.