ଖୋଲିଲା ହୀରାକୁଦ ଗେଟ୍, ସ୍ଥିତି ଉପର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି

ହୀରାକୁଦ: ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରରୁ ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି । ଏହାପରେ ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଖୋଲାଯିବ। ହୀରାକୁଦ ପଟୁ ୧୪ ଓ ବୁର୍ଲା ପଟୁ ୬ଟି ଗେଟ୍ ଖୋଲାଯିବ ।

ପ୍ରଥମେ ପର୍ଯ୍ୟାୟକ୍ରମେ ୭ଟି ଗେଟ୍ ଖୋଲିଲା ।  ଦିନ ୧୨ଟା ପରେ ଆଉ ୭ଟି ଗେଟ୍ ଖୋଲିବ  ତା’ପରେ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବ ।  ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୧୬.୯୨ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜ଼ାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ହଜାର ୧୨୬ କ୍ୟୁସେକ ଜଳ ।  ସ୍ଥିତି ଉପର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।