ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ିଲା, ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସ୍ଥାପନ

ହୀରାକୁଦ : ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ବଢ଼ିଲା । କଡ଼ା ସୁରକ୍ଷା ବଳୟରେ ହୀରାକୁଦ ଡ୍ୟାମର ଉଭୟ ପାର୍ଶ୍ବ । ବନ୍ଧରେ ଅସ୍ଥାୟୀ ରକେଟ ଲଞ୍ଚର ସହ ଅତ୍ୟାଧୁନିକ ଏଲଏମଜି ସ୍ଥାପନ କରାଯାଇଛି l ଆଜିଠାରୁ ହୀରାକୁଦ ଜଲଭଣ୍ଡାର ଅଞ୍ଚଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ହୀରାକୁଦ ଏବଂ ବୁର୍ଲା ଉଭୟ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏୟାର ଡିଫେନ୍ସ ସିଷ୍ଟମ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ସମ୍ବଲପୁର ଏସପି ।