ଆଜି ଖୋଲିବ ହୀରାକୁଦ ଗେଟ୍‌, ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ

ହୀରାକୁଦ: କିଛି ସମୟ ପରେ ଖୋଲିବ ହୀରାକୁଦ ଗେଟ୍ । ଜଲଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବ। ଏହାପରେ ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଖୋଲାଯିବ । ହୀରାକୁଦ ପଟୁ ୧୪ ଓ ବୁର୍ଲା ପଟୁ ୬ଟି ଗେଟ୍ ଖୋଲାଯିବ। ପ୍ରଥମେ ୭ଟି ଗେଟ୍ ଖୋଲାଯିବ। ଦିନ ୧୨ଟା ପରେ ଆଉ ୭ଟି ଗେଟ୍ ଖୋଲିବ। ତା’ପରେ ଅପରାହ୍ନ ୨ଟା ପରେ ୬ଟି ଗେଟ୍ ଖୋଲାଯିବ। ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୧୬.୯୨ ଫୁଟ ରହିଛି।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜ଼ାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ହଜାର ୧୨୬ କ୍ୟୁସେକ ଜଳ । ମହାନଦୀ ମଧ୍ୟକୁ କାହାକୁ ନଯିବା ପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ ଟି ଜ଼ିଲ୍ଲାର ଜ଼ିଲ୍ଲାପାଳ ଓ ଏସପି ମାନଙ୍କୁ ମଧ୍ୟ ସତର୍କ କରାଯାଇଛି ।  ହୀରାକୁଦ ଡ୍ୟାମ ଖୋଲିବାର ୧୨ଘଣ୍ଟା ପୂର୍ବରୁ ସାଇରନ ମଧ୍ୟ ବଜା ଯାଇଥାଏ ଯେପରି କେହି ମହାନଦୀ ମଧ୍ୟକୁ ନଯିବେ ।