ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଆଜି ସକାଳ ୬ଟାରେ ଜଳଭଣ୍ଡାରରେ ୬୦୧.୧୫ଘନଫୁଟ ପାଣି ରହିଛି। ଜଳଭଣ୍ଡାରକୁ ୬୭ହଜାର ୮୩୭କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ବିଭିନ୍ନ କେନାଲ ପାୱାର ଚ୍ୟାନେଲ ଦେଇ ୧୫ହଜାର କ୍ୟୁସେକ୍ ନିଷ୍କାସିତ ହେଉଛି। ଜଲଭଣ୍ଡାରର ଉପରମୁଣ୍ଡରେ ଗତ ୨୪ଘଣ୍ଟା ମଧ୍ୟରେ ୨୮ମିଲିମିଟର ଓ ତଳମୁଣ୍ଡରେ ୪୨ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଖୁବ୍ଶୀଘ୍ର ଜଲଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳଭଣ୍ଡାର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.