୬୨୫ ଫୁଟ ଟପିଲା ହୀରାକୁଦ ଜଳସ୍ତର, ମହାନଦୀ ପାଣି ମାଡ଼ି ଯିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

ସମ୍ବଲପୁର(କେନ୍ୟୁଜ୍): ୬୨୫ ଫୁଟ ଟପିଲା ହୀରାକୁଦ ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ୨୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ବାମପ୍ରାଶ୍ୱରେ ୧୮ ଓ ଡାହାଣ ପାର୍ଶ୍ୱରେ ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ପ୍ରତି ସେକେଣ୍ଡରେ ୭ଲକ୍ଷ ୮୫ହଜାର ୨୯୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୪ଲକ୍ଷ ୩୪ହଜାର ୮ଘନଫୁଟ ଜଳ ନିଷ୍କାସିତ ହେଉଛି।

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୫. ୦୪ ଫୁଟ। ମହାନଦୀ ପାଣି ମାଡ଼ି ଯିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଛି । ବିନାଖଣ୍ଡି, ଚେପଟି ପୁଲିଆ, ଗୋବିନ୍ଦତଲା ଅଞ୍ଚଳେ ଲୋକଙ୍କ ଘରେ ପଶିଛି ବନ୍ୟା ପାଣି । ଦୁଇ ଦିନ ହେବ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

Leave A Reply

Your email address will not be published.