ଆଜି ମୁଣ୍ଡଳି ପହଞ୍ଚିବ ହୀରାକୁଦ ବନ୍ୟା ଜଳ, ପ୍ରବାହିତ ହେବ ପାଖାପାଖି ୫ ଲକ୍ଷ କ୍ୟୁସେକ୍‌ ପାଣି

କଟକ(କେନ୍ୟୁଜ୍): ମହାନଦୀରେ ଆସିଥିବା ବନ୍ୟାରେ ସୁଧାର । ମୁଣ୍ଡଳିଠାରେ ଏବେ ୪ ଲକ୍ଷ ୭୪ ହଜାର ୬୨୪ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । କାଠଯୋଡ଼ି ନଦୀକୂଳରେ ରହୁଥିବା ବସ୍ତିବାସିନ୍ଦା ନିଜ ଘରକୁ ଫେରୁଛନ୍ତି । ତେବେ ହୀରାକୁଦରେ ଛଡ଼ାଯାଇଥିବା ବନ୍ୟା ଜଳ ଆସନ୍ତାକାଲି ସୁଦ୍ଧା ମୁଣ୍ଡଳି ପହଞ୍ଚିବ । ଏହି ଜଳ ପହଞ୍ଚିଲେ ତଳମୁଣ୍ଡରେ ପୁଣଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏଥିପାଇଁ ଲୋକଙ୍କ ମଧ୍ୟରେ ଆଶଙ୍କା ଓ ଭୟ ଦେଖାଦେଇଛି । ଏହା ପୂର୍ବରୁ ତେଲ ନଦୀରେ ବନ୍ୟା ପାଣି ମାଡି ଆସିବାରୁ ନରାଜର ୪୬ଟି ଗେଟ୍‌ ଖୋଲାଯାଇଛି । ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବାଲି ବସ୍ତା ପକାଇ ନଦୀ ବନ୍ଧକୁ ମଜବୁତ୍‌ କରାଯାଉଛି ।

କେନ୍ଦ୍ରାପଡ଼ାରେ ପ୍ରବେଶ କରିଛି ବନ୍ୟା ଜଳ

ସେପଟେ କେନ୍ଦ୍ରାପଡ଼ାରେ ପ୍ରବେଶ କରିଛି ବନ୍ୟା ଜଳ । ଲୁଣା କରାଣ୍ଡିଆ ଆଦି ନଦୀରେ ବନ୍ୟା ପାଣି ଆସିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । କରାଣ୍ଡିଆ ନଦୀରେ ପାଣି ଆସି ଜଳପକ, ଅୟତପୁର, ବଲରମପୁର ପଞ୍ଚାୟତରେ ପାଣି ପଶିଛି । ଗାଁ ଭିତରେ ବନ୍ୟା ପାଣି ପଶିବାରୁ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି । ଆତଙ୍କିତ ହୋଇପଡ଼ିଛନ୍ତି ୧୦ଟି ପଞ୍ଚାୟତର ବାସିନ୍ଦା। ବନ୍ୟା ପାଣି ମାଡ଼ିଯିବାରୁ ଏକର ଏକର ଚାଷ ଜମି ନଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.