ଆସନ୍ତା ୧୮ରେ ଖୋଲିବ ହୀରାକୁଦ ଗେଟ୍‌, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର

କେନ୍ୟୁଜ୍: ୧୮ରେ ଖୋଲିବ ହୀରାକୁଦ ଗେଟ୍‌ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢୁଛି । ଆସନ୍ତା ସୋମବାର ସକାଳ ୧୧ଟା ସମୟରେ ହୀରାକୁଦ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ ।

ଏଥିଯୋଗୁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ କରାଯାଇଛି। ଏହାସହ ୧୨ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.