ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର, ଡ଼ାକବାଜି ଯନ୍ତ୍ରରେ ଲୋକଙ୍କୁ କରାଯାଉଛି ସଚେତନ

ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦ ଜଳସ୍ତର । ଆସନ୍ତା ୨୮ ତାରିଖ ସକାଳ ୯ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏଥିପାଇଁ ହୀରାକୁଦ ଜଳଭଣ୍ଡାର କତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ପରେ ଜଳଭଣ୍ଡାର ତଳମୁଣ୍ଡରେ ଥିବା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଥାଏ । ହୀରାକୁଦ ଜଳଭଣ୍ଡାର କର୍ତ୍ତୁପକ୍ଷ ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଏନେଇ ସଚେତନ କରିଛନ୍ତି।
ଏଥିସହ ଜଳଭଣ୍ଡାର ଠାରୁ ବନ୍ୟାଜଳ ନିଷ୍କାସନ ପୁର୍ବରୁ ତଳମୁଣ୍ଡରେ ଥିବା ସବୁ ଜିଲ୍ଲାର ୧୩ ଟି ଜ଼ିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ଆଗୁଆ ସୂଚନା ଦେଇଛନ୍ତି । ହୀରାକୁଦରୁ ବନ୍ୟାଞ୍ଚଳ ନିଷ୍କାସନ ପରେ କୈାଣସି ବ୍ୟକ୍ତି ଯେପରି ମହାନଦୀ ମଧ୍ୟକୁ ନଯିବେ ସେନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ସତର୍କ କରିଛନ୍ତି ।
ସେପଟେ ବଙ୍ଗୋପସାଗରରେ ପୁଣି ଲଘୁଚାପ ହୋଇଛି । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପକୂଳ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୨ଦିନ ଭିତରେ ପଶ୍ଚିମଉତ୍ତର ଦିଗରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ଗତି କରିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।