ଆଜିଠୁ କଟକର ଐତିହାସିକ ବାଲିଯାତ୍ରା, ବେଶ ଧୂମଧାମରେ ଏଥର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ

କଟକ(କେନ୍ୟୁଜ୍): ଆଜିଠୁ କଟକର ଐତିହାସିକ ବାଲିଯାତ୍ରା । ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୂମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ । କଟକ ଐତିହାସିକ ବାଲିଯାତ୍ରାର ତଳ ପଡିଆରେ ‘କଟକ ଇନ କଟକ’ରେ ବୁଲିବା ପାଇଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଲାଣି ।

ରଙ୍ଗୀନ ଆଲୋକ ମାଳା ସହ ସୁସଜ୍ଜିତ ବୃକ୍ଷ ଓ କଟକର ବିଭିନ୍ନ ସ୍ଥାନର ରିପଲିକାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମୁଛି । କେବଳ ବାଲିଯାତ୍ରରେ ନୁହେଁ ‘କଟକ ଇନ କଟକ’ ପାଭିଲିୟନ ର ବର୍ଷ ସାରା ଭରପୁର ଉପଭୋଗ କରିବେ ସାଧାରଣ ଲୋକ । ଦଶ ଏକର ସ୍ଥାନରେ ସିଏମସି ଓ ପ୍ରଶାସନ ପକ୍ଷରୁ ଏହାର ନିର୍ମାଣ କରାଯାଇଛି ।

ଏହାସହ କଟକ ବାଲିଯାତ୍ରା ପଡିଆରେ ବାଲୁକା କଳାର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ଚଳିତବର୍ଷର ଅନ୍ୟତମ ଆକର୍ଷଣ ରହିଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ‘କଟକ ଇନ୍‌ କଟକ’ ପାଭିଲିୟନ ମଧ୍ୟରେ ତିଆରି ହୋଇଛି ପ୍ରାୟ ୩୦ ଫୁଟ୍‌ ଉଚ୍ଚର ବାଲୁକା କଳା । ବୋଇତ ସହିତ ୨୫ହଜାର ୫୦୦ ଦୀପ ଏହି ବାଲୁକା କଳାରେ ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ଲିମକା ବୁକ ରେକର୍ଡରେ ସ୍ଥାନ ଦେବାକୁ ଚେଷ୍ଟା କରାଯାଇଛି । ଉଦଘାଟନୀ ଉତ୍ସବରେ କଟକ ଜିଲ୍ଲାପାଳ ଡ଼. ଭବାନୀ ଶଙ୍କର ଚୟନି, ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.