ମାଳିକା ବଚନ ନହେବ କି ଆନ : ନେମାଳ ପୀଠର ମହାତ୍ମ୍ୟ

ପଞ୍ଚାସଖାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଚ୍ୟୁତ । ଯିଏକି ଲେଖିଛନ୍ତି ମାଳିକା । ବିଶ୍ୱାସ କରାଯାଏ ଯେଉଁଥିରେ ରହିଛି ଭବିଷ୍ୟତର କଥା ।

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଯେ ଦିନକୁ ମୋ ଆଶା
ଅଭୟ ଚରଣ ମାଗଇ ମୋର ଏଇ ଭରସା ।

ଏଇ ପଦକରେ ଅଚ୍ୟୁତାନନ୍ଦ ନିଜର ମୃତ୍ୟୁ କେବେ ହେବ ସେକଥା ଆଗରୁ କହି ଦେଇଥିଲେ ।

ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ସ୍ଥାନ,
ସେ ସ୍ଥାନେ ଏ ଦେହ ରହିବ ମୋର ଏହି ଧିଆନ।

ଆଉ ଏହି ପଦରେ ସେ ତାଙ୍କର ଇଚ୍ଛା ଦର୍ଶାଇ ମହାପ୍ରୟାଣ ପରେ ଏଇ ନେମାଳ ପୀଠରେ ହିଁ ତାଙ୍କର ସମାଧି କରିବାକୁ କହିଥିଲେ । ଭକ୍ତମାନେ ସେଇଆ ହିଁ କରିଛନ୍ତି । ମାଳିକା ବର୍ଣ୍ଣିତ ପ୍ରସିଦ୍ଧ ପଦ୍ମବନ ପୀଠ ନେମାଳ ଠାରେ ପଞ୍ଚ ସଖାଙ୍କ ମଧ୍ୟରୁ ମହାପୁରୁଷ ଅଚ୍ୟୁତା ନନ୍ଦଙ୍କ ପୀଠ। ପବିତ୍ର ଚିତ୍ରୋତ୍ପଳା ନଦୀ ଉତ୍ତର ପାର୍ଶ୍ୱରେ କାହିଁ କେଉଁ କାଳରୁ ପୂଜାପାଉଛନ୍ତି । ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଥିବା ଏହି ପୀଠରେ ବାର ପର୍ବ ତେର ଯାତ ଲାଗିରହିଛି । ବିଶେଷ କରି ଏହି ପଦ୍ମବନ ପୀଠରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅଚ୍ୟୁତାନନ୍ଦ ଦାସଙ୍କ ଜନ୍ମ ଦିନ ଅବସରରେ ଅଷ୍ଟପ୍ରହରୀ ନମଯଜ୍ଞ ଅନୁଷ୍ଠିତ ହୋଇଥାଏ । ପୌଷ ମାସରେ ମହାପୁରୁଷଙ୍କ ପୁଷ୍ୟାଭିଷେକ କରାଯାଇଥାଏ । ଏଠାରେ କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ପାଳନ କରାଯାଏ ।

PADUKA

ଆଶ୍ୱିନ ମାସରେ ଅଚ୍ୟୁତାନନ୍ଦ ଦାସଙ୍କ ହସ୍ତ ଲେଖା ପୋଥିରୁ ୫ ଦିନ ଧରି ରାହାସ ଉତ୍ସବ ମହାସମାରୋହରେ ପାଳନ କରାଯାଏ । ଜନ୍ମାଷ୍ଟମୀ ଓ ରାଧାଷ୍ଟମୀ, ଝୁଲଣ ଯାତ୍ରା ଭଳି ଚୈତ୍ର ମାସ ଶ୍ରୀରାମ ନବମୀ ଠାରୁ ୧୦ ଦିନ ଧରି ଶ୍ରୀରାମ ଲୀଳା ହୋଇଥାଏ । ଏହି ଅବସରରେ ମହାପୁରୁଷଙ୍କ ପ୍ରଧାନ ଶିଷ୍ୟ ରାମ ଦାସଙ୍କ ଜନ୍ମ ଉତ୍ସବ ସେବକଙ୍କ ଦ୍ଵାରା ପାଳିତ ହେବା ସହିତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ଆଲୋଚନା କରାଯାଇଥାଏ ।

କେବଳ କଟକ ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏପିରିକି ଏହି ପୀଠରେ ବିବାହ, ବ୍ରତ ଦୀକ୍ଷା ଗ୍ରହଣ କରିବା ଓ ବାଲ ପକାଇବା, ଏବଂ ମାନସିକ ଧାରୀ ମାନେ ମାନସିକ ପୂରଣ ହେଲେ ମହାପୁରୁଷଙ୍କ ପାଇଁ କିଛି ସମର୍ପିତ କରିଥାନ୍ତି । ପୀଠର ଟ୍ରଷ୍ଟ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର‌୍ୟ୍ୟକ୍ରମ କରାଯାଇଥାଏ । ଏପରିକି ଏହି ପୀଠରେ ମହାପୁରୁଷଙ୍କ ପୂଜା ନିମନ୍ତେ ସମସ୍ତ ସାମଗ୍ରୀ ଓ ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ପୁସ୍ତକ ମିଳିଥାଏ ।

MURTIକେବଳ କଟକ ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏପରିକି ଏହି ପୀଠରେ ବିବାହ, ବ୍ରତ, ଦୀକ୍ଷା ଗ୍ରହଣ ଓ ବାଳ ପକାଇବା ଆଦି କରାଯାଏ । ମାନସିକଧାରୀମାନେ ମାନସିକ ପୂରଣ ହେଲେ ମହାପୁରୁଷଙ୍କ ପାଇଁ କିଛି ସମର୍ପିତ କରିଥାନ୍ତି । ପୀଠର ଟ୍ରଷ୍ଟ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର‌୍ୟ୍ୟକ୍ରମ କରାଯାଇଥାଏ । ଏପରିକି ଏହି ପୀଠରେ ମହାପୁରୁଷଙ୍କ ପୂଜା ନିମନ୍ତେ ସମସ୍ତ ସାମଗ୍ରୀ ଓ ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ପୁସ୍ତକ ମିଳିଥାଏ ।

3

ଅଚ୍ୟୁତଙ୍କ ଜନ୍ମ

ପ୍ରାୟ ୫୦୦ ବର୍ଷ ପୂର୍ବରୁ ଷୋଡ଼ଶ ଶତାବ୍ଦୀରେ ଅଚ୍ୟୁତାନନ୍ଦ ଦାସ ମାଳିକା ଲେଖିଥିଲେ । ଶହ ଶହ ପୁସ୍ତକ ଲେଖିଥିବା ଅଚ୍ୟୁତାନନ୍ଦ ମାଳିକାରେ ଆଗାତ ଭବିଷ୍ୟତ କଥା ଲେଖିଛନ୍ତି । ଦୀନବନ୍ଧୁ ଖୁଣ୍ଟିଆ ଓ ପଦ୍ମାବତୀଙ୍କ ପୁତ୍ର ଭାବେ ଜନ୍ମ ନେଇଥିଲେ ଅଚ୍ୟୁତ । ସେମାନଙ୍କର ସନ୍ତାନ ସନ୍ତତି ହେଉ ନଥିବାରୁ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଗରୁଡ଼ ସ୍ତମ୍ଭ ପାଖରେ ଆକୁଳ ପ୍ରାର୍ଥନା କରିଥିଲେ ପଦ୍ମାବତୀ । ପ୍ରଭୁଙ୍କ ଆଶୀର୍ବାଦରୁ ପୁତ୍ର ଅଚ୍ୟୁତ ଜନ୍ମ ନେଇଥିଲେ । ତାଙ୍କୁ ନାରାୟଣଙ୍କ ବାହନ ଗରୁଡ଼ଙ୍କ ଅବତାର ବୋଲି କେହି କେହି ମାନନ୍ତି । ତାଙ୍କ ଲିଖିତ ମାଳିକାରେ ଅନେକ କଥା ପରୋକ୍ଷରେ କୁହାଯାଇଛି । ଯାହାକୁ ସଠିକ୍‌ ଭାବେ ବର୍ଣ୍ଣନା କରିବା ସମ୍ଭବ ହୋଇ ନାହିଁ । ବିଶେଷ କରି ଘଟଣା ଘଟିବାକୁ ଥିବା ସମୟ ଉପରେ କେହି ନିର୍ଭରଯୋଗ୍ୟ ଭାବେ କହି ପାରି ନାହାନ୍ତି ।

ଆସନ୍ତୁ ଜାଣିବା ମାଳିକାର କିଛି ଭବିଷ୍ୟବାଣୀ-

ଗୋଚର ହୋଇବ ଚାଷ ପଡ଼ିଆ ରହିବ ନାହିଁ । ।
ନଦୀ ନାଳେ ପାଣି ଟୋପା ନରହିବ, ଦେଶ ହେବ ଫଟା ଭୂଇଁ
କୃଷି ହେବ ଗୋରୁ ଚାରା ଚାଷୀ ମୁଣ୍ଡକୋଡ଼ି ହେବେ
ଧାନ ଚାଉଳ ଯେ ପୋଷେ ନମିଳିବ ଅନାହାରେ ମରୁଥିବେ । ।
ପର୍ବତ ଶିଖରେ ଫୁଟିବ କଇଁ
ଅଚ୍ୟୁତ ବଚନ ମିଥ୍ୟା ନହୋଇ । ।

ରିପୋର୍ଟ : ଅର୍ଜୁନ କୁମାର ସାହୁ,କେ ନ୍ୟୁଜ୍‌, ମାହାଙ୍ଗା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.