ଯାଜପୁର(କେନ୍ଯୁଜ୍) : ଗ୍ରାମାଞ୍ଚଳରେ ହାଇଟେକ୍ ବିଦ୍ୟୁତ୍ ସେବା । ଖୁଣ୍ଟ ନୁହେଁ ଗଛରେ ତାର ଟଣାଯାଇଛି । କେଉଁଠି ଅଶ୍ୱସ୍ଥ ତ ଆଉ କେଉଁଠି ନଡ଼ିଆ ଗଛ ଦେଇ ଯାଇଛି ବିଦ୍ୟୁତ୍ ତାର । ଏଦୃଶ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ପନ୍ତୁରୀ ଓ ଭବାନିପୁର ଗାଁର । ବିଦ୍ୟୁତ ଖୁଣ୍ଟ ବଦଳରେ ଗଛରେ ବିପଦପୂର୍ଣ୍ଣ ଭାବରେ ତାର ଟଣା ଯାଇଛି ।
କୁଆଖିଆ ବିଦ୍ୟୁତ ବିଭାଗ ନେସ୍କୋ ୟୁଟିଲିଟି ଏଭଳି ହାଇଟେକ୍ ପ୍ରଣାଳୀରେ ଗ୍ରାମାଞ୍ଚଳକୁ ଯୋଗାଇ ଦେଇଛି ବିଦ୍ୟୁତ ସେବା । ପ୍ରତିଦିନ ଶହ ଶହ ଲୋକ ଓ ଗାଡିମୋଟର ଏହି ରାସ୍ତାରେ ଯାଆସ କରୁଛି । କେତେବେଳେ ବି କିଛି ଅଘଟଣ ଘଟି ଯାଇପାରେ । ବିଦ୍ୟୁତ ବିଭାଗର ଏଭଳି ବେପରୁଆ ମନୋଭାବକୁ ନେଇ ଲୋକଙ୍କ ମଧ୍ୟରେ ବି ଦେଖାଦେଇଛି ଅସନ୍ତୋଷ । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ।