ମେଡିକାଲ କଲେଜରେ ନାମ ଲେଖା ଠକେଇ ମାମଲା : ଝାଡଖଣ୍ଡ ହାଇଟେକ୍‌ ଗ୍ରୁପ୍‌ ଅଧ୍ୟକ୍ଷ ତିରୁପତି ଚୌଧୁରୀ ଗିରଫ

ଭୁବନେଶ୍ବର : ମେଡିକାଲ କଲେଜରେ ନାମ ଲେଖା ନେଇ ଠକେଇ। ଝାଡଖଣ୍ଡ ଧାନବାଦ ଜିଲ୍ଲା ଗୋବିନ୍ଦପୁର ଥାନା ପୋଲିସ ହାଇଟେକ୍‌ ଗ୍ରୁପ୍‌ ଅଧ୍ୟକ୍ଷ ତିରୁପତି ଚୌଧୁରୀଙ୍କୁ ଗିରଫ କରିଛି। ଆଜି ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଇବା ପରେ ଝାଡଖଣ୍ଡ ନିଆଯିବ। ୨୦୧୩ରେ ତିରୁପତି ବୋକାରୋ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହାଇଟେକ ମେଡିକାଲ କଲେଜରେ ନାଁ ଲେଖାଇ ଦେବାକୁ କହି ୫ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଆଡମିଶନ କରାଇ ପାରିନଥିଲେ। ବରଂ ତାଙ୍କୁ ଓଲଟା ଧମକ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତିରୁପତିଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲା। ସେହି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ସହିଦ ନଗର ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.