ଯାଜପୁର: ସ୍କୁଟି ଚାଳକଙ୍କୁ ପଛ ପଟୁ ଚଢାଇ ଦେଲା ହାଇୱା, ଡାକ୍ତରଖାନାରେ ଚାଲିଗଲା ଜୀବନ

ଯାଜପୁର(କେନ୍ୟୁଜ): ଜାତୀୟ ରାଜପଥରେ ଯାଉଥିବା ବେଳେ ହାଇୱା ଧକ୍କା ଦେବା ଯୋଗୁଁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର କଟିକଟା ଛକ ନିକଟରେ ଯାଜପୁର ରୋଡ଼ ଅଞ୍ଚଳର ସୁପ୍ରତ୍ୟୁଷ ଜେନା (୩୦) ଏକ ସ୍କୁଟିରେ  ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା।

ଫଳରେ ସୁପ୍ରତ୍ୟୁଷ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସୁପ୍ରତ୍ୟୁଷଙ୍କୁ ପ୍ରଥମେ ନଡ଼ିଆସାହାସପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ସୁପ୍ରତ୍ୟୁଷ ବରିଷ୍ଠ ସାମ୍ବାଦିକ ଶ୍ରୀନାଥ ଜେନାଙ୍କର ଏକ ମାତ୍ର ପୁତ୍ର ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.