ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ
ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ ଜାତୀୟ ରାଜପଥ କଡେଇ ଛକ ନିକଟର ଦୁର୍ଘଟଣା ଘଟିଛି । ବସଟି ଭୁନେଶ୍ବରରୁ ବାରିପଦା ଆସୁଥିବାବେଳେ କଡେଇ ଛକ ନିକଟରେ ଛିଡା ହୋଇଥିବା ହାଇୱା ପଛରେ ପିଟି ହୋଇଯାଇଥିଲା । ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ଆହତ ୧୦ ଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ ଜାତୀୟ ରାଜପଥ କଡେଇ ଛକ ନିକଟର ଦୁର୍ଘଟଣା ଘଟିଛି । ବସଟି ଭୁନେଶ୍ବରରୁ ବାରିପଦା ଆସୁଥିବାବେଳେ କଡେଇ ଛକ ନିକଟରେ ଛିଡା ହୋଇଥିବା ହାଇୱା ପଛରେ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବସରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ଆହତ ୧୦ ଜଣଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବଡ଼ଚଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଡ୍ରାଇଭରର ମୃତଦେହକୁ ବଡ଼ଚଣା ଡାକ୍ତର ଖାନରେ ରଖଯାଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ । ହାଇୱା ଗାଡ଼ଇ ଡ୍ରାଇଭରଙ୍କୁ ପୋଲିସ୍ ଅଟକ ରଖିଛି।