୧୧ଟାରେ HMPV ବୈଠକ, ଗରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଆଜି HMPV ନେଇ ବସିବ ସମୀକ୍ଷା ବୈଠକ । ଦିନ ୧୧ଟାରେ ଲୋକସେବା ଭବନରେ ଏହି ବୈଠକ ବସିବ । ଏଥିରେ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ରହିବେ । ସବୁ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ସମସ୍ତ ଜିଲ୍ଲା ହସ୍ପିଟାଲ ମୁଖ୍ୟମାନଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ରାଜ୍ୟରେ ଏପର୍ଯ୍ୟନ୍ତ କେହି ଚିହ୍ନଟ ହୋଇନାହିଁନ୍ତି । କେନ୍ଦ୍ର ସରକାର ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଗାଇଡଲାନ୍ ଦେଇନାହିଁନ୍ତି। ହେଲେ ରାଜ୍ୟ ସରକାର ସମସ୍ତ ବନ୍ଦୋବସ୍ତ କରିଥିବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି। HMPV ସଂକ୍ରମଣରେ ଥଣ୍ଡା, ଜ୍ବର ଓ କାଶ ହେଉଛି ।
HMPV ଲକ୍ଷଣ: ସଂକ୍ରମଣରେ ଥଣ୍ଡା, ଜ୍ୱର, କାଶ ସହ ନିମୋନିଆ ହେଉଛି । କୋଭିଡ ସମୟରରୁ ଆମ ରାଜ୍ୟରେ ଏଭଳି ସଂକ୍ରମଣର ପରୀକ୍ଷା ଓ ଚିକିତ୍ସା ସବୁ ବ୍ୟବସ୍ଥା ଅଛି । ଆମେ ପ୍ରସ୍ତୁତ ଅଛୁ । ଜିଲ୍ଲାଗୁଡିକୁ survelliance ନିର୍ଦେଶ ଦିଆଯାଇଛି । ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ଔଷଧ ଓ ଆକ୍ସିଜେନ ମହଜୁଦ ଅଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।