ଦେଶରେ ‘ହୋ’ ଭାଷାର ପ୍ରଥମ ଫିଲ୍ମ ‘ଆମଗେ ଜୁଳୀ’

ଭୁବନେଶ୍ବର(କେନ୍ଯୁଜ୍) : ଆଗାମୀ ପୂଜା ସିଜିନରେ ରିଲିଜ୍‌ ହେବାକୁ ଯାଉଛି ‘ହୋ’ ଭାଷାର ପ୍ରଥମ ଚଳଚ୍ଚିତ୍ର ‘ଆମଗେ ଜୁଳୀ’ । ରାଜ୍ୟର ବିଭିନ୍ନ ସିନେମା ହଲରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମଟିର ଟିଜର ଓ ଅଡିଓ ରିଲିଜ କଟକ ପାନ୍ଥନିବାସରେ ହୋଇଛି । ହୋ ସମା ଫିଲ୍ମ ଏକାଡେମୀ ଦ୍ୱାରା ପ୍ରାୟୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସଂଗ୍ରାମ ବିଶ୍ୱାଳ ।

ତ୍ରିକୋଣୀୟ ପ୍ରେମ କାହାଣୀକୁ ଉପରେ ପଯ୍ୟର୍ବେସିତ ସିନେମାର କାହାଣୀ ଡମ୍ବରୁଧର ହୋନାଗା ଲେଖିଥିବାବେଳେ ଗୀତ ଗୁଡିକୁ ରଚନା କରିଛନ୍ତି  ଜୀବନ ସିଂ କୁଦାଦା । ଏଥିରେ ନାୟକ ଭୂମିକାରେ ସାଜନ ବିଶ୍ୱାଳ ଅଭିନୟ କରିଥିବାବେଳେ ଅଭିନେତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟିକା ଅଛନ୍ତି । ରାଜ୍ୟର ପ୍ରାୟ ୨୫ଲକ୍ଷ ‘ହୋ’ ଭାଷାଭାଷୀ ଆଦିବାସୀଙ୍କ ମଧ୍ୟରେ ସଂସ୍କୃତି ପରମ୍ପରାର ସଂରକ୍ଷଣ ପାଇଁ ନିର୍ମିତ ହୋଇଛି ଫିଲ୍ମ ‘ଆମଗେ ଜୁଳୀ’ । ଫିଲ୍ମଟି ଦଶହରାରେ ମୁକ୍ତଲାଭ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.