ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ

ଭୁବନେଶ୍ବର(କେନ୍ଯୁଜ୍ ) : ଓଡିଶା ବିଶ୍ୱକପ ହକି ସଫଳ ହେବାପରେ ହକି ପ୍ରେମୀଙ୍କ ପାଇଁ ଖୁସି ଖବର ଆଣିଲା ଆନ୍ତର୍ଜାତିକ ହକି ଫେଡେରେସନ । ଆସନ୍ତା ବର୍ଷ ଠାରୁ ପ୍ରତି ୨ବର୍ଷରେ ହେବ ଜୁନିଅର ହକି ବିଶ୍ୱକପ । ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଏଫଆଇଏଚ ର ସିଇଓ ।

hockey

ସେହଭିଳି ଚଳିତ ବିଶ୍ୱକପ କୁ ସଫଳ ଆୟୋଜନ କରିଥିବାରୁ  ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଇଛି ଏଫଆଇ । କଳିଙ୍ଗ ଷ୍ଟାଡିୟମକୁ ମଧ୍ୟ ପ୍ରସଂଶା କରାଯାଇଛି । ଏହାସହ ଆଗାମୀ ବଶ୍ୱକପର ସମୟ ସୀମାକୁ ତିନି ସପ୍ତାହ ପରିବର୍ତ୍ତେ ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନେଇଛି ସଙ୍ଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.