ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଉତ୍ସବ : ଦେଲା କିଏ ? ନେଲା କିଏ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିର ଯୁଗରେ ଅନ୍ତତଃ ଭାରତରେ ଏମିତି କିଛି ନାହିଁ ଯେଉଁଥିରେ ଟିକେ ରାଜନୀତି ନହୁଏ । ଏଥିରୁ ବା ବାଦ୍‌ କେମିତି ପଡ଼ିଥାନ୍ତା ହକି ବିଶ୍ୱ କପ୍‌ । ଓଡ଼ିଶା ଭଳି ଏକ ରାଜ୍ୟ ବିଶ୍ୱର ସର୍ବବୃହତ୍‌ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା କିଛି କମ୍‌ ଗୌରବର କଥା ନୁହେଁ । ଟୁର୍ଣ୍ଣାମେଣ୍ଟକୁ ଆଉ ଟିକେ ଆକର୍ଷଣୀୟ କରିବା ଲାଗି ଆୟୋଜକ ଓଡ଼ିଶା ସରକାର ଦୁଇ ଦୁଇଟି ଉଦ୍‌ଘାଟନୀ ଉତ୍ସବର ଆୟୋଜନ କଲେ । ଏହା ପଛର କାରଣ ଲୋକଙ୍କ ଡିମାଣ୍ଡ ବୋଲି କହିଲେ ଆୟୋଜକ । ତେଣୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୨୭ ତାରିଖ ଏବଂ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଝଲସିଲେ ବଲିଉଡ୍‌ ଷ୍ଟାର । ରାଜଧାନୀରେ ଶାହାରୁଖ ତ ପୁରାତନ ରାଜଧାନୀରେ ସଲମାନ୍‌ । ଲୋକେ ଭରପୂର ମଜା ଉଠାଇଲେ ।

salman naveenତେବେ ଏହା ପରେ ଏହାକୁ ନେଇ ଚାଲିଛି ରାଜନୀତି । ଆଗକୁ ନିର୍ବାଚନକୁ ଦେଖି ଏସବୁ କରାଯାଉଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ଶାସକ ଦଳ ବିରୋଧରେ । ଏମିତିକି ସଲମାନ ଓ ଶାହାରୁଖ ଉତ୍ସବକୁ ଆସିବା ପାଇଁ ଯେଉଁ ଅର୍ଥ ନେଇଛନ୍ତି ତାହା ମଧ୍ୟ ରାଜ୍ୟ ସରକାର ଦେିଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ଶେଷରେ ହକି ଇଣ୍ଡିଆକୁ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି । ହକି ଇଣ୍ଡିଆ ଟ୍ଵିଟ୍‌ କରି କହିଛି ‘ଓଡ଼ିଶା ସରକାର ନୁହେଁ ହକି ଇଣ୍ଡିଆର ସ୍ପନସର ଉଭୟ ଉଦଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ କରିଛନ୍ତି’ । ଗଣମାଧ୍ୟମରେ ଅନେକ ନକାରାତ୍ମକ ରିପୋର୍ଟ ଲେଖା ଯାଉଛି । ଏହା ଠିକ୍‌ ନୁହେଁ । ହକିକୁ ଭଲ ପାଇ ସମର୍ଥନ ଜଣାଉଥିବା ଲୋକଙ୍କୁ ଆମେ ହୃଦୟର ସହ କୃତଜ୍ଞତା ଜଣାଉଛୁ ବୋଲି ହକି ଇଣ୍ଡିଆ କହିଛି ।


ତେବେ ଦେଲା କିଏ ଓ ନେଲା କିଏ ସେଥିରେ ଫ୍ୟାନ୍‌ମାନଙ୍କର କିଛି ମତଲବ ନାହିଁ । ବଲିଉଡ୍‌ ଷ୍ଟାରଙ୍କ ସହ ବଢ଼ିଆ ହକି ମ୍ୟାଚ୍‌ ଦେଖି ମଜା ଉଠାଇବାରେ ଲାଗିଛନ୍ତି । ତଥାପି ଦେଖିବାର ଅଛି ଏଇ ହକି ରାଜନୀତିରେ କିଏ କାହାକୁ ମାତ୍‌ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.