ଶ୍ରୀକ୍ଷେତ୍ର ପୁରୀରେ ଭାରତୀୟ ହକି ଦଳ

ଭୁବନେଶ୍ବର : ଶ୍ରୀକ୍ଷେତ୍ର ପୁରୀରେ ଭାରତୀୟ ହକି ଦଳ । ସମୁଦ୍ର ସ୍ନାନର ମଜା ନେବା ସହ ଭଲିବଲ୍‌ ଖେଳିଛନ୍ତି ଟିମ ଇଣ୍ଡିଆ ଖେଳାଳୀ । ବେଳାଭୂମିର ମଜା ନେବା ସହ ମଟର ସାଇକେଲ ଚଳାଇ ବେଳାଭୂମିରେ ସେଲ୍ପି ନେଇଥିଲେ । ସେହିପରି ପୁରୀ ଜିଲ୍ଲାପାଳଙ୍କ ସହ ସ୍ୱତନ୍ତ୍ର ଭୋଜନ କରିଛନ୍ତି । ହୋଟେଲ ହଲି ଡେ ରିସୋର୍ଟରେ ଖେଳାଳୀମାନଙ୍କର ଅବସର ବିନୋଦନ ପାଇଁ ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ଏଠାରେ ଖେଳାଳୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ସେମାନଙ୍କ ପାଇଁ ଓଡିଶାର ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ହୋଟେଲର ସୁଇମିଂ ପୁଲରେ ମଧ୍ୟ କିଛି ସମୟ ବିତାଇଥିଲେ ।

You might also like