ସାରା ରାଜ୍ୟରେ ବଢୁଛି ହକି କ୍ରେଜ୍‌ : ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆଉ ୫ ଟିମ୍‌

ଭୁବନେଶ୍ୱର (କେନ୍ୟୁଜ); ହକି ବିଶ୍ୱକପ୍‌କୁ ଆଉ ୭ ଦିନ । ସାରା ରାଜ୍ୟରେ ବଢୁଛି ହକି କ୍ରେଜ୍‌ । ଲଢେଇ ପାଇଁ ଆଜି ୬ଟି ଦଳ ଭୁବନେଶ୍ୱରରେ ପହଞ୍ଚିବ । ସେମାନଙ୍କୁ ଭିନ୍ନ ଭିିନ୍ନ ସମୟରେ ସ୍ୱାଗତ କରିବାକୁ ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୂର୍ବରୁ ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି । କାର୍ଯ୍ୟକ୍ରମ ଅନୁସରେ ଆଜି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚିଲେ ବେଲିଜିୟମ ଟିମ ।

ଏହାପରେ ୧୧ଟା ୨୫ରେ ମାଲେସିଆ, ୧୨ଟା ୨୫ରେ ଆର୍ଜେଣ୍ଟିନା, ଦିନ ୧ଟା ୨୫ରେ ନ୍ୟୁଜିଲାଣ୍ଡ ଏବଂ ରାତି ୮ଟା ୫୫ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ ପହଞ୍ଚିବେ । ପୂର୍ବରୁ ନେଦରଲାଣ୍ଡସ ଓ ଚିଲି ଟିମ ଅଭ୍ୟାସ ଚଳାଇଛନ୍ତି । ଏପଟେ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର । ବିଶ୍ୱକପ ପାଇଁ ନୂଆ ରୂପରେ ଝଲସୁଛି ଭୁବନେଶ୍ୱର ଓ ରାଉରକେଲା । ଶେଷ ପର୍ଯ୍ୟୟରେ ପହଞ୍ଚିଛି ସୌନ୍ଦର୍ଯ୍ୟକରଣ କାମ । କୋଣ ଅନୁକୋଣରେ ସାଜସଜ୍ଜା । ଷ୍ଟାଡିୟମ୍‌ ଭିତରେ ଓ ବାହାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇଛି । କାନ୍ଥ ବାଡ଼ରେ ଦେଖିବାକୁ ମିଳିଛି ହକି ମାନିଆ । ବିଭିନ୍ନ ସ୍ଥାନରେ ଶୋଭା ପାଉଛି କିମ୍ବଦନ୍ତୀ ହକି ଖେଳାଳିଙ୍କ ଫଟୋ ଚିତ୍ର । କେଉଁଠି ବିଶ୍ୱକପ୍‌ ଟ୍ରଫି । ଆଉ କେଉଁଠି ବଡ଼ ବଡ଼ ହକି ଷ୍ଟିକ୍‌ ଓ ଖେଳାଳିଙ୍କ ପ୍ରତିକୃତି । ଆସନ୍ତା ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ଚାଲିବ ହକି ବିଶ୍ୱକପ୍‌ ।

Leave A Reply

Your email address will not be published.