ଖୋର୍ଦ୍ଧାରେ ବିଶ୍ୱକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା, ଜଟଣୀରେ ସ୍ୱାଗତ କରାଯିବା ପରେ  ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି 

ଖୋର୍ଦ୍ଧା(କେନ୍ୟୁଜ୍):ଖୋର୍ଦ୍ଧାରେ ବିଶ୍ୱକପ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା । ଚଣ୍ଡିଚୁଆ ଛକରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ, ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ-ଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ ପ୍ରମୁଖ ସ୍ୱାଗତ କରିଥିଲେ । ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପାଇକ ଆଖଡା, ପାରମ୍ପରିକ ବାଦ୍ୟଯନ୍ତ୍ର, ଲୋକନୃତ୍ୟ ସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, କ୍ରୀଡାବିତ, ଖେଳାଳି, ବୁଦ୍ଧିଜିବୀ, ଶିକ୍ଷାବିତ ପ୍ରମୁଖ ଯୋଗ ଦେଇଥିଲେ ।

ଟାଉନ ହଲ ଠାରେ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ସୁରେଶ କୁମାର ରାଉତରାୟ ଟ୍ରଫିକୁ ସ୍ୱାଗତ କରିଥିଲେ । ସେଠାରେ ସାଧାରଣ ସଭା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହାପରେ ଖୋର୍ଦ୍ଧା ଟାଉନ ହଲ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଜଟଣୀରେ ସ୍ୱାଗତ କରାଯିବା ପରେ ଏହି କପ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.