ଆଜି ରଙ୍ଗର ପର୍ବ ହୋଲି, ଗାଁଠୁ ସହର ସବୁଠି ଦେଖାଦେଇଛି ଉତ୍ସବର ପରିବେଶ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଭଲପାଇବା ପରିପ୍ରକାଶ କରୁଛି । ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ ମସଗୁଲ। ପିଠା, ମିଠା ,ପାନ ଖାଇବାର ଆସର ବି ଜମୁଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଭୁବନେଶ୍ବର, କଟକ, ବ୍ରହ୍ମପୁର ସମେତ ରାଜ୍ୟର କୋଣ ଅନୁକୋଣରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ସବୁଠି ଦେଖାଦେଇଛି ଉତ୍ସବର ପରିବେଶ ।
ସେହିପରି ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦିଆଯାଇଛି । ଜୈବିକ କିମ୍ବା ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ । ରଙ୍ଗ କିଣିବା ପୂର୍ବରୁ ତାକୁ ଭଲ ଭାବେ ଯାଞ୍ଚ କରନ୍ତୁ । ରଙ୍ଗରେ ରହିଥିବା କେମିକାଲ ତ୍ଵଚାକୁ ନଷ୍ଟ କରିଦିଏ । ତେଣୁ ସିନ୍ଥେଟିକ୍ ରଙ୍ଗଠାରୁ ଦୂରେଇ ରହିବା ସହ ଛୋଟ ପିଲାଙ୍କୁ କେମିକାଲ ହୋଲିଠାରୁ ଦୂରେଇ ରଖନ୍ତୁ। ହୋଲିରେ ଯେତେ ସମ୍ଭବ କେମିକାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ । ଫୁଲ୍ ସ୍ଲିଭ୍ ପୋଷାକ ପିନ୍ଧି ହୋଲି ଖେଳିଲେ ତ୍ୱଚା ଘୋଡ଼ାଇ ହୋଇ ରହିବ। ହୋଲି ଖେଳିବା ପୂର୍ବରୁ ଦେହରେ ଓ ମୁଣ୍ଡରେ ତେଲ ଲଗାନ୍ତୁ । ଶରୀରରେ ମଶ୍ଚରାଇଜର କିମ୍ବା ଲୋସନ ଲଗାଇ ପାରିବେ । ତେଲ ଲଗାଇଲେ ତ୍ଵଚା ସୁରକ୍ଷିତ ରହିବା ସହ ଶୀଘ୍ର ରଙ୍ଗ ଛାଡ଼ିବ । ରଙ୍ଗ ଖେଳ ପୂର୍ବରୁ ଚୁଟିରେ ତେଲ ଲଗାନ୍ତୁ କିମ୍ବା ଟୋପି ପିନ୍ଦନ୍ତୁ । ଚଷମା ବ୍ୟବହାର କରି ହୋଲି ଖେଳିଲେ ଆଖି ସୁରକ୍ଷିତ ରୁହେ । ଆଖିରେ ରଙ୍ଗ ପଡ଼ିଲେ ତୁରନ୍ତ ଥଣ୍ଡା ପାଣି ଆଖିକୁ ସଫା କରନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଆହୁରି ପଢ଼ନ୍ତୁ : କିସରେ ହୋଲି, ଯୋଗଦେଲେ ସିନେ ତାରକା,ସାହିତ୍ୟିକ, କଳାକାର, ବ୍ୟଙ୍ଗକାର ଓ ବୁଦ୍ଧିଜୀବୀ