ଦିନକ ପରେ ହୋଲିର ରଙ୍ଗରେ ରଙ୍ଗିନ ହେବ ସାରା ରାଜ୍ୟ, ଦୋକାନରେ ଜମୁଛି ଭିଡ

ଦିନକ ପରେ ହୋଲି । ବିଭିନ୍ନ ସ୍ଥାନରେ ରଙ୍ଗର ପସରା ମେଲାଇଛନ୍ତି ଦୋକାନୀ । ରାସାୟନିକ ରଙ୍ଗ ନୁହେଁ ହର୍ବାଲ ରଙ୍ଗ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।। ଜମୁଛି କିଣାବିକା। ଦୋକାନରେ ମିଳୁଛି ଭଳିକି ଭଳି ରଙ୍ଗ, ଅବିର, ମୁଖା ଓ ପିଚକାରୀ । ଜଟଣୀରେ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀଙ୍କର ଭିଡ଼ ଲାଗିଛି। ଏବେ ବଜାରରେ ଅଧିକ ଦେଖିବାକୁ ମିଳୁଛି ଚାଇନା ହୋଲି ସାମଗ୍ରୀ । ଚାଇନା ରଙ୍ଗ ଶରୀର ପାଇଁ ଯେତିକି କ୍ଷତିକାରକ ପରିବେଶ ପାଇଁ ତାଠୁ ବେଶୀ ବିପଜ୍ଜନକ ।

hiliଟୁଇନ ସିଟିରେ ମୁତୟନ ହେବେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ

ସେହିପରି ହୋଲି ପାଇଁ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଟୁଇନ ସିଟିରେ ମୁତୟନ ହେବେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ । ଭୁବନେଶ୍ୱରରେ ୧୫ ପ୍ଲାଟୁନ୍ ଓ କଟକରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଟୁଇନ ସିଟିରେ ବିଭିନ୍ନ ନଦୀ ତୁଠରେ ଓଡ୍ରାଫ୍ ଟିମ୍ ନିୟୋଜିତ ହେବେ। ସମ୍ବେଦନଶୀଳ ସ୍ଥାନରେ ଅଧିକ ପୋଲିସ ମୁତୟନ ହେବେ ବୋଲି କହିଛନ୍ତି ପୋଲିସ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.