ଗୃହ ବିଭାଗର ଶ୍ୱେତପତ୍ର: ରାଜ୍ୟରେ ୧୫% ବଢ଼ିଛି ଅପରାଧ, ହତ୍ୟା ଦୁଷ୍କର୍ମ ମାମଲା କମିଛି ଚୋରି ଡକାୟତି ଘଟଣା ବୃଦ୍ଧି ପାଇଛି

ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ୱେତପତ୍ର ।ରାଜ୍ୟରେ ମୋଟ ୨୭ଟି ମାଓବାଦୀ ଘଟଣା ଘଟିଛି । ସୁରକ୍ଷାବଳଙ୍କ କାର୍ଯ୍ୟାନୁଷ୍ଠାନରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୧୨ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୩ ଜଣ ଆତ୍ମସମର୍ପଣ କରିଛନ୍ତି । ୩ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ରାଜ୍ୟ ଗୃହ ବିଭାଗର ଶ୍ୱେତପତ୍ର । ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ୧ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୨ରେ ୨୨ ହଜାର ୭୭୦ ମାମଲା ବୃଦ୍ଧି ପାଇ ଏହି ସଂଖ୍ୟଶ ୧ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି । ୨୦୨୧ ତୁଳନାରେ ହତ୍ୟା ଦୁଷ୍କର୍ମ ମାମଲା କମିଥିବା ବେଳେ ଚୋରି ଡକାୟତି ମାମଲା ବୃଦ୍ଧି ପାଇଛି । ୨୦୨୨ରେ ରାଜ୍ୟରେ ସାମଗ୍ରିକ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଜନିତ ସ୍ଥତିରେ ଉଲ୍ଲେଖନୀୟ ନିୟନ୍ତ୍ରଣ ପରିଲିକ୍ଷିତ ହୋଇଛି ।

ରାଜ୍ୟରେ ମୋଟ ୨୭ଟି ମାଓବାଦୀ ଘଟଣା ଘଟିଛି । ସୁରକ୍ଷାବଳଙ୍କ କାର୍ଯ୍ୟାନୁଷ୍ଠାନରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୧୨ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୩ ଜଣ ଆତ୍ମସମର୍ପଣ କରିଛନ୍ତି । ୩ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସେହିପରି ମହିଳା ହିଂସା ରୋକିବାକୁ ପ୍ରାଥମିକତା ଦିଆଯାଇଛି । ସଫଳ ତଦନ୍ତ ପାଇଁ ୨୯ଟି ଜିଲ୍ଲାରେ IUCAW ୟୁନିଟ ଖୋଲାଯାଇଛି । ରାଜ୍ୟ ସରକାର ୩୬ଟି ନୂଆ ଥାନା ପ୍ରତିଷ୍ଠା କରିଛନ୍ତି । ୨୦୨୨ରେ ୧ ଲକ୍ଷ ୭୮ ହଜାର ୧୯୦ ଧର୍ତ୍ତବ୍ୟ ଅପରାଧ ଘଟିଥିଲା । ୩ ହଜାର ୧୮୪ଟି ଦୁଷ୍କର୍ମ ଅଭିଯୋଗ ଆସିଛି । ସେଥିମଧ୍ୟରୁ ୩ ହଜାର ୧୩୫ଟି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ୫ ହଜାର ୩୫୨ଟି ପ୍ରତାରଣା ମାମଲା ସାମ୍ନାକୁ ଆସିଥିଲା । ୧୩ ଶହ ୭୯ଟି ଅପରାଧିକ ମାମଲା ରୁଜୁ ହୋଇଛି । ନିଶାଦ୍ରବ୍ୟ ଚୋରାଚାଲାଣ ଅଭିଯୋଗରେ ୨ ହଜାର ୬୦୩ ଜଣଙ୍କୁ ଗିରଫ କରାଯାଇଛି । ୧୩ ଶହ ୭୯ଟି ନରହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୧୩୦୧ଟି ସତ୍ୟ ପ୍ରମାଣିତ ହୋଇଛି । ସେହିପରି ୨୦୨୨ରେ ରାଜ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଯାଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.