ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ

ଭୁବନେଶ୍ୱର : ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ । ୨୦୨୩ ବର୍ଷରେ ରାଜ୍ୟରେ ଅପରାଧ, ଆଇନଶୃଙ୍ଖଳା ସ୍ଥିତି ନେଇ ଶ୍ବେତପତ୍ରରେ ଉଲ୍ଲେଖ ହୋଇଛି । ୨୦୨୩ରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି । ୨୦୨୩ରେ ରାଜ୍ୟରେ ଏକ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି । ସେଥିରେ ୧୩୬୨ଟି ହତ୍ୟା, ୩୭୦ଟି ଡକାୟତି, ୨୮୨୬ଟି ଦୁଷ୍କର୍ମ, ୨୯୬୧ଟି ଲୁଣ୍ଠନ ହୋଇଥିବା ଶ୍ବେତପତ୍ରରେ ଉଲ୍ଲେଖ ହୋଇଛି ।

ସେହିପରି ୨୦୨୩ରେ ରୁଜୁ ହୋଇଥିବା ୨୮୨୬ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୨୭୬୨ଟି ସତ୍ୟ ମାମଲା ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୨୦୨୩ରେ ପଞ୍ଜୀକରଣ ହୋଇଥିବା ୨୩୪୮ଟି ସାଇବର ଅପରାଧ ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି । ସାଇବର ଅପରାଧରେରେ ୮୧୦ଜଣ ଅପରାଧୀ ସମ୍ପୃକ୍ତ ଥିବା ସ୍ଥଳେ ୫୨୨ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି । ସେହିପରି ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିବା ଶ୍ବେତପତ୍ରରେ ଉଲ୍ଲେଖ ହୋଇଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।