ଖୋର୍ଦ୍ଧା: ସ୍ବାଧୀନତା ଦିବସରେ ଅଘଟଣ, ପତାକା ବାନ୍ଧିବା ବେଳେ ହୋମଗାର୍ଡଙ୍କ ପ୍ରାଣ ଗଲା

ବେଗୁନିଆ(କେନ୍ୟୁଜ୍): ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଅଘଟଣ । ପତାକା ବାନ୍ଧିବା ବେଳେ ଚାଲିଗଲା ପ୍ରାଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗ୍ରାମରକ୍ଷୀ ଧନେଶ୍ୱର ଦାସଙ୍କର ମୃତ୍ୟୁ ହୋଇଛି । ଏହା ସହ କନେଷ୍ଟବଳ ବୀର କିଶୋର ଭୋଳ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଗ୍ରାମରକ୍ଷୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ବୀର କିଶୋରଙ୍କୁ ଏମ୍ସ ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳେ ପତାକା ବାନ୍ଧିବା ସମୟରେ ଏହି ଅଘଟଣ ଘଟିଛି ।

Leave A Reply

Your email address will not be published.