ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଆସୁଛନ୍ତି ଅମିତ ଶାହ,  ୩ଟି ସ୍ଥାନରେ ପ୍ରଚାର କରିବେ

ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହ । ରାଜ୍ୟର ୩ଟି ସ୍ଥାନରେ ପ୍ରଚାର କରିବେ । ପ୍ରଥମେ ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ପରେ ଯାଜପୁରର କୋରେଇ ବିଧାନସଭା କ୍ଷେତ୍ରରେ କ୍ୟାମ୍ପେନ କରିବେ ।  ୩ଟି ସଂସଦୀୟ କ୍ଷେତ୍ରର ୩ଟି ଅଲଗା ଅଲଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । 

ଭୁବନେଶ୍ୱର (କେନ୍ୟୁଜ): ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହ । ରାଜ୍ୟର ୩ଟି ସ୍ଥାନରେ ପ୍ରଚାର କରିବେ । ପ୍ରଥମେ ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ପରେ ଯାଜପୁରର କୋରେଇ ବିଧାନସଭା କ୍ଷେତ୍ରରେ କ୍ୟାମ୍ପେନ କରିବେ । ଶେଷରେ ନିମାପଡ଼ାରେ ପ୍ରଚାର କରିବେ ଶାହ । ୩ଟି ସଂସଦୀୟ କ୍ଷେତ୍ରର ୩ଟି ଅଲଗା ଅଲଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ଜୁନ ୧ରେ ଭୋଟ ପଡ଼ିବ ।

ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ପ୍ରଚାର ପାଇଁ ହାତରେ ରହିଲା ଆଉ ମାତ୍ର ୩ ଦିନି। ପ୍ରଚାର ମଇଦାନରେ ସବୁ ଦଳର ହେଭିୱେଟଙ୍କ ଭିଡ଼ ଦେଖିବାକୁ ମିଳିବ । ଆସନ୍ତାକାଲି ମୋଦି ଆସିବେ । ସେ ମଧ୍ୟ ୩ ନିର୍ବାଚନୀ ସଭାକୁ ସମ୍ବୋଧିତ କରବେ। ଅନ୍ୟପଟେ ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ  କାଲି ମଲ୍ଲିକାର୍ଜୁନ ଖଡଗେ ଓ ୩୦ରେ ରାହୁଲ ଗାନ୍ଧୀ ଆସିବେ।