୨୨ ରେ ଓଡ଼ିଶା ଆସିପାରନ୍ତି ଅମିତ ଶାହ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର : ଆସନ୍ତା ୨୨ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟ ବିଜେପି ସଭାପତି ଚୟନ ବିଳମ୍ବିତ ହେଉଥିବାରୁ ଏହି ପ୍ରସଙ୍ଗରେ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି । ବିଧାନସଭା ବଜେଟ ଅଧିବେଶନ ସରିବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇପାରେ ।
ସେହିପରି ରାଜ୍ୟର ବିଭିନ୍ନ ନିଗମ ସଭାପତି ନେଇ କସରତ ଚାଲିଛି । ତେଣୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ବେଳେ ଶାହ ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।
Also read: ମଣିପୁରର ସୁରକ୍ଷା ନେଇ ଅମିତ ଶାହଙ୍କ କଡ଼ା ନିର୍ଦ୍ଦେଶ : ୮ ମାର୍ଚ୍ଚରୁ ସମସ୍ତ ବନ୍ଦ ରାସ୍ତା ଖୋଲିବ