ଡିସେମ୍ବର ୩୦ରେ ଗୃହମନ୍ତ୍ରୀ ଅମିତ ଶାହ ଆସିବେ ସମ୍ବଲପୁର

ସମ୍ବଲପୁର : ଡିସେମ୍ବର 30 ତାରିଖରେ ସମ୍ବଲପୁର ଗସ୍ତ ରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ  l ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବେ  l ଏହାପରେ ବୁର୍ଲା ଭୀମସାର ରେ ଏକ ସ୍ୱତନ୍ତ୍ର କୋଠାକୁ ଉଦଘାଟିତ କରିବେ  l ଏହାପରେ କୁଦପାଲିକୁ ଆସି ସ୍ୱାଧୀନତା ସଂଗ୍ରାମୀ ତଥା ସୁରେନ୍ଦ୍ର ସାଏଙ୍କ ଭାଈ ସହିଦ ଛବିଲ ସାଏଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ  l

ଏହାସହ ଛବିଲ ସାଏଙ୍କ ଜୀବନି ଉପରେ ଆଧାରିତ ଏକ ପୁସ୍ତିକା ମଧ୍ୟ ଉନ୍ମୋଚନ କରିବେ ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନାଉରି ନାଏକ ସୂଚନା ଦେଇଛନ୍ତି  l ସେପଟେ ଆହୁରି ଅନେକ କାର୍ଯ୍ୟକ୍ରମର ତାଲିକା ମଧ୍ୟ ବନାଚାଲିଛି  l  ଏନେଇ ସମ୍ବଲପୁର ଜ଼ିଲ୍ଲାପାଳ, କମିଶନର, ଏସପି କୁଦପାଲି ଯାଇ ସ୍ଥିତି ସମୀକ୍ଷା କରିଛନ୍ତି  l  ତେବେ ଏହି କାର୍ଯ୍ୟକ୍ରମରେ କିଛି ପତିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି l