ଆଇପିଏସ ହୀରକ ଭବନରେ ହୋମଗାର୍ଡଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ପୁରୀ ସମୁଦ୍ରକୂଳ ଥାନା ରକ୍ତତୀର୍ଥ ରୋଡ ଅଞ୍ଚଳରେ ଥିବା ଆଇପିଏସ ହୀରକ ଭବନରେ ଜଣେ ହୋମଗାର୍ଡଙ୍କ ଝୁଲନ୍ତା ମୃତଦହେ ଉଦ୍ଧାର କରାଯାଇଛି । ତାଙ୍କ ନାଁ ସରୋଜ ପ୍ରଧାନ । ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡ଼ା ଗାଁରେ । ତାଙ୍କ ଆତ୍ମହତ୍ୟାର କାରଣ ଜଣାପ଼ଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସରୋଜଙ୍କ ମୃତ୍ୟୁ କିପରି ହେଲା ସେନେଇ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।