ଘରେ କେହି ନଥିବା ବେଳେ ଲୁଟ୍ , ଧାରା ପଡିବା ପରେ ମାଲିକଙ୍କୁ ଆକ୍ରମଣ

ତାଳଚେର: ଘରେ କେହି ନଥିବା ବେଳେ କରୁଥିଲେ ଲୁଟ । ମାଲିକ ଆସିଯିବାରୁ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନା । ତାଳଚେର ଦେଉଳବେଡା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ସୂଚନା ଅନୁସାରେ ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାର ଘରେ ତାଲା ପକାଇ ଏକ କାର୍ଯ୍ୟକ୍ରମରେ ଯାଇଥିଲେ । ଅଶୋକ ଏବଂ ତାଙ୍କ ଭଣଜା ଘରକୁ ଫେରି ଘର କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ । ତେବେ ଦୁଇ ଦୁର୍ବୃତ୍ତ ଭୁଜାଲିରେ ଦୁଇ ଜଣଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଆଲମିରା ଭାଙ୍ଗି ଲକ୍ଷେ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘର ପଛପଟୁ ଏକ ବାଇକ ସହ କିଛି ସୁନା ଓ ରୂପା ଗହଣାକୁ ଜବତ କରି ତଦନ୍ତ କରୁଛି କୋଲିୟାରୀ ପୋଲିସ ।
ଆହୁରି ପଢ଼ନ୍ତୁ : ବାଲେଶ୍ବର ପୋଲିସର ବ୍ଳକିଂ ଚେକିଂ ଜୋରଦାର, ୧୦ଟି ସ୍ଥାନରେ ଚେକ୍ ପୋଷ୍ଟ କରି ଚାଲିଛି ଯାଞ୍ଚ