ରାୟଗଡ଼ା : ଗଣେଶ ପୂଜା ପାଇଁ ଫୁଲ ତୋଳିବାକୁ ଯାଇ ମହୁମାଛି ଆକ୍ରମଣର ଶିକାର ହେଲେ ଛାତ୍ର, ଜଣେ ମୃତ ୫ ଗୁରୁତର

ରାୟଗଡ଼ା (କେନ୍ୟୁଜ୍) : ମହୁମାଛି ନେଲା ଜୀବନ । ଅକାଳରେ ଚାଲିଗଲା ଛାତ୍ରଙ୍କ ପ୍ରାଣ । ରାୟଗଡ଼ା ଜିଲ୍ଲା କାରୁବାଇ ଆଶ୍ରମ ସ୍କୁଲରେ ଏଭଳି ଭାବେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ର ହେଲେ ତୃତୀୟ ଶ୍ରେଣୀର ଦେବଦାସ ତୁରକା । ଗତକାଲି ଅପରାହ୍ନରେ ସ୍କୁଲର କିଛି ଛାତ୍ର ଗଣେଶ ପୂଜା ପାଇଁ ଜଙ୍ଗଲକୁ ଫୁଲ ତୋଳିବାକୁ ଯାଇଥିଲେ । ଏହି ସମୟରେ ସେମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ହସପିଟାଲକୁ ଅଣା ଯାଇଥିଲା । ତେବେ ସେଠାରେ ଦେବଦାସଙ୍କ ମୃତ୍ୟୁ ଘଟିଥିଲା । ମେଡିକାଲ ଯାଇ ଚିକିତ୍ସାଧୀନ ଛାତ୍ରମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.